ଓ୍ବାଶିଂଟନ: ଆମେରିକାରେ କୋରୋନା ସ୍ଥିତି ବେକାବୁ। ମହାମାରୀ ସ୍ଥିତି ଗତ କିଛିଦିନ ହେବ ପୁର୍ନବାର ବଢିବାରେ ଲାଗିଛି । ସତେ ଯେପରି ଦେଶର ପିଛା ଛାଡୁନି କୋରୋନା। କେତବେଳେ ସଂକ୍ରମଣ ସଂଖ୍ୟାରେ ଅହେତୁକ ଭାବେ ବୃଦ୍ଧି ପାଉଥିବାବେଳେ, ଆଉ କେବେ ମୃତ୍ୟୁ ସଂଖ୍ୟା ବଢିଚାଲିଛି ।
ଜନ ହପକିନ୍ସ ୟୁନିଭର୍ସିଟି ମୁତାବକ ଗତ 24 ଘଣ୍ଟାରେ ଦେଶରେ 76 ହଜାର 570 ଟି ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, 1225ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ଗୁରୁବାର ସକାଳ ସୁଦ୍ଧା 41 ଲକ୍ଷ 89 ହଜାର 991 ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା ।