ଓଡିଶା

odisha

ETV Bharat / international

ଆମେରିକାରେ ପୁଣି 70 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ, 1462 ମୃତ - corona virus

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଏବେ କୋରୋନା ମୃତ୍ୟୁ ସଂଖ୍ୟା ପୂର୍ବପରି ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଦେଢ ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଆମେରିକାରେ ଗୋଟିଏ ଦିନରେ 70 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ, 1462 ମୃତ
ଆମେରିକାରେ ଗୋଟିଏ ଦିନରେ 70 ହଜାରରୁ ଉର୍ଦ୍ଧ୍ବ କୋରୋନା ପଜିଟିଭ ରିପୋର୍ଟ, 1462 ମୃତ

By

Published : Aug 1, 2020, 11:47 AM IST

ଓ୍ବାଶିଂଟନ: ଆମେରିକାରେ ଥମୁନି କୋରୋନା ସଂକ୍ରମଣ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମଣ ମାମଲା ଏବଂ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ କିଛି ଦିନ ହେବ ଭାରତ ଏବଂ ବ୍ରାଜିଲ ସର୍ବାଧିକ ସଂଖ୍ୟକ ମୃତ୍ୟୁ ରେକର୍ଡ ହେଉଥିଲା।

ଜନ ହପକିନ୍ସ ରିପୋର୍ଟ ମୁତାବକ, ଶୁକ୍ରବାର ଦେଶରେ 70 ହଜାରରୁ ଅଧିକ ନୂଆ କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି । ଏଥିରେ 1462 ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ କୋରୋନା ଯୋଗୁଁ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା 1.5 ଲକ୍ଷ ଅତିକ୍ରମ କରିଛି, ଏହା ମଧ୍ୟ ବିଶ୍ୱରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ ।

ତେବେ ଆମେରିକାରେ ସମୁଦାୟ 45 ଲକ୍ଷ 62 ହଜାର 38ଟି ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ ମୋଟ ଏଥି ସହିତ 1 ଲକ୍ଷ 53 ହଜାର 314 ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ଏପର୍ଯ୍ୟନ୍ତ 23 ଲକ୍ଷ 27 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ, 22 ଲକ୍ଷ 21 ହଜାର ଜଣ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details