ୱାସିଂଟନ୍: ଆମେରିକାରେ ରାଜ୍ କରୁଛି କିଲର କୋରୋନା। ସଂକ୍ରମଣରେ ଶିଖର ଛୁଇଁଥିବା ଏହି ଶକ୍ତିଶାଳୀ ରାଷ୍ଟ୍ରରେ ପୁଣି ମୁଣ୍ଡ ଉଠେଇଲାଣି ଭାଇରସର ବିସ୍ତାର। ଗତ କିଛିଦିନ ହେବ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବାହାରୁଛନ୍ତି।
ମହାମାରୀ ଠାରୁ ଗତ ମାସରେ ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ଏବେ ପୁଣି ମାମଲା ଆକାଶ ଛୁଆଁ। 24 ଘଣ୍ଟାରେ ଦେଶରେ 68,428 ମାମଲା ରେକର୍ଡ କରାଯାଇଛି ଓ 974 ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସର୍ବମୋଟ ମାମଲା ଏବେ 35 ଲକ୍ଷ 60 ହଜାର 364 ରେ ପହଁଞ୍ଚିଛି ଓ ମୃତ୍ୟୁ ସଂଖ୍ୟା 1,38,201 ଛୁଇଁଛି ବୋଲି ଜହନ ହପକିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।