ଓଡିଶା

odisha

ETV Bharat / international

ଆମେରିକାରେ ଅଣାୟତ୍ତ କୋରୋନା, 24ଘଣ୍ଟାରେ 67 ହଜାରରୁ ଊର୍ଦ୍ଧ୍ବ ପଜିଟିଭ - america corona

ବିଶ୍ବରେ କୋରୋନା ଭାଇରସ ଦ୍ବାରା ସବୁଠୁ ପ୍ରଭାବିତ ଦେଶ ଆମେରିକାରେ ଥମୁନି କୋରୋନା ଝଡ । ପ୍ରତ୍ୟେକ ଦିନ ଆସୁଛି ଭୟଭୀତ କଲା ପରି ରିପୋର୍ଟ । ଅଧିକ ପଢନ୍ତୁ...

ଆମେରିକାରେ 24 ଘଣ୍ଟାରେ 67 ହଜାରରୁ ଉର୍ଦ୍ଧ୍ବ କୋରୋନା ସଂକ୍ରମିତ, 905 ମୃତ
ଆମେରିକାରେ 24 ଘଣ୍ଟାରେ 67 ହଜାରରୁ ଉର୍ଦ୍ଧ୍ବ କୋରୋନା ସଂକ୍ରମିତ, 905 ମୃତ

By

Published : Jul 26, 2020, 10:22 AM IST

ଓ୍ବାଶିଂଟନ: ଆମେରିକାରେ ଜାରି ରହିଛି ମହାମାରୀ ପ୍ରକୋପ । ଦେଶରେ କୋରୋନା ଭାଇରସକୁ ବ୍ୟାପିବାର ଅନେକ ସମୟ ହୋଇଥିଲେ ସୁଦ୍ଧା ଏହା ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଏଥିରେ ହଜାର ହଜାର ଲୋକ ସଂକ୍ରମଣ ହେଉଛନ୍ତି । ଆଉ ଅନେକ ମଧ୍ୟ ନିଜର ବହୁମୂଲ୍ୟ ଜୀବନ ହରାଉଛନ୍ତି । ତେବେ ପୂର୍ବ ଅପେକ୍ଷା କୋରୋନାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବାବେଳେ, ସଂକ୍ରମଣ ସଂଖ୍ୟା ପୂର୍ବପରି ବଳବତ୍ତର ରହିଛି ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟାରେ 67 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 905 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 41 ଲକ୍ଷ 77 ହଜାର 915ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ସେହିପରି ଏହି ମହାମାରିରେ ସଂକ୍ରମିତ ହୋଇ 1 ଲକ୍ଷ 46 ହଜାର 460 ଜଣଙ୍କର ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ ଏଥିରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ 20.61 ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ଏବେ ସୁଦ୍ଧା 21 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ଦେଶର ସବୁଠୁ ଅତ୍ୟଧିକ ପ୍ରଭାବିତ ରାଜ୍ୟ ପ୍ରଥମେ ନ୍ୟୟର୍କ ଥିବାବେଳେ, ଏବେ କାର୍ଲିଫର୍ଣ୍ଣିଆ ରହିଛି । ଯେଉଁଠି 4 ଲକ୍ଷ 53 ହଜାର ରୁ ଅଧିକ ପଜିଟିଭ ସଂଖ୍ୟା ରହିଛି । ଏହାଦ୍ବାରା 8 ହଜାର 427 ଲୋକଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details