ଓଡିଶା

odisha

ETV Bharat / international

ଆମେରିକାରେ ଗତ 24 ଘଣ୍ଟାରେ 65 ହଜାର ପଜିଟିଭ ରିପୋର୍ଟ, 928 ମୃତ

ମଙ୍ଗଳବାର ଆମେରିକାରେ 65 ହଜାରରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, 928 ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ଆମେରିକାରେ ଗତ 24 ଘଣ୍ଟାରେ 65 ହଜାର ପଜିଟିଭ ରିପୋର୍ଟ, 928 ମୃତ
ଆମେରିକାରେ ଗତ 24 ଘଣ୍ଟାରେ 65 ହଜାର ପଜିଟିଭ ରିପୋର୍ଟ, 928 ମୃତ

By

Published : Jul 15, 2020, 10:55 AM IST

ଓ୍ବାଶିଂଟନ: ଆମେରିକାରେ ହାହାକାର ମଚେଇଛି କୋରୋନା ଭାଇରସ । ସଂକ୍ରମଣ ବୃଦ୍ଧିରେ ଅସହ୍ୟ ଆମେରିକାବାସୀ। ବିଶ୍ୱରେ ଦ୍ରୁତତମ କୋରୋନା ସଂକ୍ରମଣ ଆମେରିକାରେ ରେକର୍ଡ ହେଉଛି । ଏପରି ସ୍ଥିତିରେ ନିରୁପାୟ ହୋଇ ପଡିଛନ୍ତି ସରକାର ।

ଜନ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ମୁତାବିକ, ମଙ୍ଗଳବାର ଆମେରିକାରେ 65 ହଜାରରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, 928 ଜଣ ପ୍ରାଣ ହରାଇଛନ୍ତି । କିଛି ଦିନ ହେବ ସଂକ୍ରମଣ ସଂଖ୍ୟା ସ୍ଥିର ଥିବାବେଳେ, ଏବେ ଏହା ରେକର୍ଡ ଭାଙ୍ଗୁଛି, ସେହିପରି ପ୍ରଥମେ ଦେଶରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ ହେଉଥିବାବେଳେ, ଏବେ ଏହି ସଂଖ୍ୟା ସ୍ଥିର ରହିଛି ।

ସେହିପରି ବୁଧବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 34 ଲକ୍ଷ 31 ହଜାର 574କୁ ବୃଦ୍ଧି ପାଇଛି । ସମୁଦାୟ 1 ଲକ୍ଷ 36 ହଜାର 466 ଜଣଙ୍କର ମୃତ୍ୟୁ ହୋଇଛି। ତେବେ 15 ଲକ୍ଷ 95 ହଜାର ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସର୍ବ ମୋଟ 18 ଲକ୍ଷ 10 ହଜାରରୁ ଉର୍ଦ୍ଧ୍ବ ଜଣ ଚିକିତ୍ସିତ ହେଉଛନ୍ତି ।

ତେବେ ନ୍ୟୁୟର୍କରେ ସର୍ବାଧିକ 4 ଲକ୍ଷ 29 ହଜାର 278 ମାମଲା ରହିଛି। ଏଥିରେ 32,408 ଜଣଙ୍କର ମୃତ୍ୟୁ ହୋଇଛି। 72 ହଜାରରୁ ଉଦ୍ଧ୍ବ ସୁସ୍ଥ ହୋଇଛନ୍ତି । ଏହା ପରେ, କାଲିଫର୍ଣ୍ଣିଆରେ 3 ଲକ୍ଷ 45 ହଜାର 598 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରୁ 7 ହଜାର 235 ଜଣଙ୍କର ମୃତ୍ୟୁ ହୋଇଛି ।

ABOUT THE AUTHOR

...view details