ମେକ୍ସିକୋ ସିଟି: ଗତ ରବିବାର ମେକ୍ସିକାନ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ 6 ଜଣ ସୈନ୍ୟ ଶହୀଦ ହୋଇଛନ୍ତି । ତେବେ ଏହି ଅଘଟଣ ଭେରାକ୍ରୁଜ ରାଜ୍ୟର ଇମିଲିଆନୋ ଜାପାତା ମୁନିସିପାଲିଟି ଅଞ୍ଚଳରେ ଘଟିଥିବା ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ(ସେଡେନା) ପକ୍ଷରୁ ସୂଚନା ମିଳିଛି ।
ରବିବାର ସକାଳ ସମୟରେ ଏଲ ଲେନ୍ସେରୋ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା LearJet 45 ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେଡେନା ସୂଚନା ଦେଇଛି । ଏହି ବିମାନର ରେଜିଷ୍ଟ୍ରେସନ ନମ୍ବର 3912 ବୋଲି ଜଣାପଡିଛି ।