ହିଲୋ: ହାୱାଇର ଦକ୍ଷିଣ ନାଲେହୁରେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ କରାଯାଇଛି । ଏନେଇ ୟୁଏସ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । 18.802 ଲାଟିଟ୍ୟୁଡ ଓ 155.528 ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା 17 କିଲୋମିଟର ହୋଇଥିବା ଜଣାପଡିଛି । ହନୋଲୁଲୁରେ ଥିବା ଜାତୀୟ ପାଣିପାଗ ସେବା ବିଭାଗ କହିଛି ଯେ, ଏ ଭୂକମ୍ପରେ ସୁନାମି ବିପଦ ନାହିଁ।
ଭୂକମ୍ପରେ ଥରିଲ ହାୱାଇ, ରିକ୍ଟର ସ୍କେଲରେ ତୀବ୍ରତା 6.1
ହାୱାଇର ଦକ୍ଷିଣ ନାଲେହୁରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ କରାଯାଇଛି । ଏନେଇ ୟୁଏସ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି ।
ଭୂକମ୍ପରେ ଥରିଲ ହାୱାଇ;ରିକ୍ଟର ସ୍କେଲରେ ତୀବ୍ରତା 6.1 ରେକର୍ଡ
ସୂଚନା ଅନୁସାରେ,ରବିବାର ରାତି ୯ଟା ୪୮ ମିନିଟ ସମୟରେ ହାୱାଇର ଦକ୍ଷିଣ ନାଲେହୁରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଏଥିରେ ଲୋକେ ଭୟଭିତ ହୋଇ ପଡି ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଆସିଥିଲେ । ତେବେ, ମିଳିଥିବା ସୂଚନା ଅନୁସାରେ ଏ ଭୂମିକମ୍ପରେ କେହି ମୃତାହତ ହୋଇନାହାଁନ୍ତି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ