ୱାଂଶିଟନ: ଆସନ୍ତା ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ 52 ପ୍ରତିଶତ ଭୋଟର ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେବେ । ଏନେଇ ଗୁରୁବାର ପ୍ରକାଶିତ ବୋଲି ଏକ ସର୍ଭେରୁ ଜଣାପଡିଛି ।
2020 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ହାରିବେ:ସର୍ଭେ - ଜାତୀୟ ଟେଲିଫୋନ ଓ ଅନଲାଇନ ସର୍ଭେ
2020ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାସ୍ତ ହେବେ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ।
ଫଟୋ ସୌଜନ୍ୟ: ଏଏନଆଇ
ରାସମୁସେନ ରିପୋର୍ଟ ଜାତୀୟ ଟେଲିଫୋନ ଓ ଅନଲାଇନ ସର୍ଭେ ପକ୍ଷରୁ ପ୍ରକାଶିତ ତଥ୍ୟ ଆଧାରରେ ମାତ୍ର 42 ପ୍ରତିଶତ ଆମେରିକୀୟ ଭୋଟର ଟ୍ରମ୍ପଙ୍କ ସପକ୍ଷରେ ଭୋଟ ଦେବେ ବୋଲି ଜଣାପଡିଛି । ସେହିପରି 6 ପ୍ରତିଶତ ଭୋଟର କାହାକୁ ଭୋଟ ଦେବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି ବୋଲି ମିଳିଥିବା ତଥ୍ୟରୁ ଜଣାପଡିଛି ।
ସେହିପରି 75 ପ୍ରତିଶତ ରିପବ୍ଲିକ ଦଳର ସମର୍ଥକ ଟ୍ରମ୍ପଙ୍କୁ ପୁଣିଥରେ ଭୋଟ ଦେବାକୁ ସ୍ଥିର କରିଥିବା ବେଳେ 21 ପ୍ରତିଶତ ତାଙ୍କ ବିରୋଧରେ ଭୋଟ ଦେବେ ବୋଲି ପ୍ରକାଶିତ ତଥ୍ୟରୁ ଜଣାପଡିଛି ।