ୱାସିଂଟନ: ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତାରେ । ଋଷର ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ଭୋଟ ପଡିଥିଲା । ବିନା ସର୍ତ୍ତରେ ତୁରନ୍ତ ୟୁକ୍ରେନରୁ ଋଷ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ପ୍ରସ୍ତାବରେ ଦାବି ହୋଇଥିଲା । ଭାରତ, ଚୀନ ଓ UAE ଭୋଟ ଦେବାରୁ ବିରତ ରହିଥିବାବେଳେ ଅନ୍ୟାନ୍ୟ ରାଷ୍ଟ୍ରଗୁଡିକ ଋଷ ବିରୋଧି ପ୍ରସ୍ତାବରେ ନିଜ ମତ ରଖିଥିଲେ । ହେଲେ ଏହି ପ୍ରସ୍ତାବ ଉପରେ ଭିଟୋ ପାୱାର ପ୍ରୟୋଗ କରଛି ଋଷ ।
ଋଷ ନିଜ ଭିଟୋ କ୍ଷମତା(veto power)ର ଅପବ୍ୟବହାର କରି UNSCର ପ୍ରସ୍ତାବକୁ ରଦ୍ଧ କରିଥିବା ୫୦ଟି ରାଷ୍ଟ୍ର ମିଳିତ ବିବୃତ୍ତି ଜାରି କରିଛନ୍ତି । ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି । ଏବେ ଏହାର ଫାଇଦା ଉଠାଇଛନ୍ତି ପୁଟିନ ସରକାର । ସେ UNର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଏହାକୁ ରଦ୍ଧ କରିଦେଇଛି ।