ଓଡିଶା

odisha

ବିଗତ 20 ବର୍ଷରେ ଚୀନ ବିଶ୍ବକୁ ଦେଇଛି 5 ମହାବିପତ୍ତି: ଆମେରିକା ଏନଏସଏ

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରବର୍ଟ ଓ’ବ୍ରାଇନ୍ କହିଛନ୍ତି ଯେ ଗତ 20 ବର୍ଷ ମଧ୍ୟରେ ଚୀନ ରୁ 5 ଟି ମହାସଙ୍କଟର ବିଶ୍ବ ଭୋଗିଛି । ଏହାକୁ ରୋକିବା ଆବଶ୍ୟକ ରହିଛି । ଓ’ବ୍ରାଇନ୍ କହିଛନ୍ତି - ଚାଇନାରୁ ସାର୍ସ, ଏଭିଆନ୍ ଫ୍ଲୁ, ସ୍ବାଇନ୍ ଫ୍ଲୁ ଏବଂ କୋରୋନାଭାଇରସ୍ ଆସିଛି | ତେବେ ସେ ପଞ୍ଚମ ବିପତ୍ତିର ନାମ କହିନାହନ୍ତି । ଅଧିକ ପଢନ୍ତୁ...

By

Published : May 14, 2020, 9:45 AM IST

Published : May 14, 2020, 9:45 AM IST

ETV Bharat / international

ବିଗତ 20 ବର୍ଷରେ ଚୀନ ବିଶ୍ବକୁ ଦେଇଛି 5 ମହାବିପତ୍ତି: ଆମେରିକା ଏନଏସଏ

ଆମେରିକା ଏନଏସଏ
ଆମେରିକା ଏନଏସଏ

ୱାଶିଂଟନ୍: କୋରୋନାଭାଇରସ୍ ପ୍ରସଙ୍ଗରେ ଆମେରିକା କ୍ରମାଗତ ଭାବରେ ଚୀନ୍ ଉପରେ ଆକ୍ରମଣ କରୁଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରବର୍ଟ ଓ’ବ୍ରାଇନ୍ କହିଛନ୍ତି ଯେ ଗତ 20 ବର୍ଷ ମଧ୍ୟରେ ଚୀନ ରୁ 5 ଟି ମହାସଙ୍କଟର ବିଶ୍ବ ଭୋଗିଛି । ଏହାକୁ ରୋକିବା ଆବଶ୍ୟକ ରହିଛି । ଓ’ବ୍ରାଇନ୍ କହିଛନ୍ତି - ଚାଇନାରୁ ସାର୍ସ, ଏଭିଆନ୍ ଫ୍ଲୁ, ସ୍ବାଇନ୍ ଫ୍ଲୁ ଏବଂ କୋରୋନାଭାଇରସ୍ ଆସିଛି | ତେବେ ସେ ପଞ୍ଚମ ବିପତ୍ତିର ନାମ କହିନାହିଁନ୍ତି ।

ଆମେରିକାର ଏନଏସଏ କହିଛି, ଏହା ଆମେରିକାକୁ ଜଣା ଯେ, ଚୀନ୍‌ର ଉହାନ ସହରରୁ କୋରୋନାଭାଇରସ୍ ସାରା ବିଶ୍ବରେ ବ୍ୟାପିଛି । ଏହି ଜୀବାଣୁ ଲ୍ୟାବରୁ କିମ୍ବା ମାଂସ ବଜାରରୁ ଆସିଛି, କିନ୍ତୁ ଚୀନ୍‌ର ନାମ ଏଥିରେ ବାରମ୍ବାର। ଆସିବା ଉଚିତ ନୁହେଁ । ବର୍ତ୍ତମାନ ସମଗ୍ର ବିଶ୍ବ ଏଭଳି ମହାବିପତ୍ତିକୁ ବାରମ୍ବାର ସହ୍ୟ କରିପାରିବ ନାହିଁ ବୋଲି ଚୀନ୍ ସରକାରଙ୍କୁ କହିବାକୁ ବାଧ୍ୟ ହେବ ।

ଓ’ବ୍ରାଇନ୍ କହିଛନ୍ତି ଯେ ଚୀନ୍ ଚାହିଁଲେ କୋରୋନାଭାଇରସ୍ ବିସ୍ତାରକୁ ରୋକି ପାରିଥାନ୍ତା । ଆମେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ପଠାଇବାକୁ ପ୍ରସ୍ତାବ ଦେଇଥିଲୁ, କିନ୍ତୁ ଚୀନ ମନା କରିଦେଇଥିବା କଥା ସେ କହିଛନ୍ତି |

ଓ’ବ୍ରାଇନ୍ କହିଛନ୍ତି ଯେ କୋରୋନାଭାଇରସ୍ କାରଣରୁ ବିଶ୍ବର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ବିଗତ 20 ବର୍ଷ ମଧ୍ୟରେ ଏହା ହେଉଛି ପଞ୍ଚମ ଥର | ଚୀନରୁ ଏଭଳି ଘଟଣା ଆସିବା ବନ୍ଦ କରିବା ଉଚିତ । | ଚୀନ୍ ଲୋକଙ୍କ ସ୍ବାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବାରେ ଆମେରିକା ଚୀନକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଯାହା ଦ୍ବାରା ଆଉ ଏଭଳି ବିପଦ ଆସିବ ନାହିଁ।

ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ ଆହୁରି ବଢିପାରେ | ଚୀନ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ସିନେଟରେ ଅଣାଯାଇଛି । ମଙ୍ଗଳବାର ରିପବ୍ଲିକାନ୍ ସାଂସଦମାନେ ଏକ ଆଇନ ପ୍ରସ୍ତାବ ଦେଇଛନ୍ତି ଯାହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚୀନ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କ୍ଷମତା ଦେବ। ଆମେରିକାର ରିପବ୍ଲିକାନ୍ ସାଂସଦମାନେ କହିଛନ୍ତି ଯେ ଚୀନ୍ ମହାମାରୀ ସମ୍ବନ୍ଧରେ ସୂଚନା ଲୁଚାଉଛି, ଏହାକୁ ନିଷେଧ କରାଯିବା ଉଚିତ୍ । ଚାଇନା ଆରମ୍ଭରୁ ବିଶ୍ବକୁ ପ୍ରତାରିତ କରିଥିଲା, ଯେଉଁ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଲେ।

ABOUT THE AUTHOR

...view details