ଓଡିଶା

odisha

ETV Bharat / international

ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ

ଲାଟିନ ଆମେରିକୀୟ ଦେଶ ପେରୁର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଯାଇଛି ଏକ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.8 ରହିଛି।

By

Published : May 9, 2019, 10:47 AM IST

Updated : May 9, 2019, 11:38 AM IST

ପ୍ରତୀକାତ୍ମକ ଫଟୋ

ଲିମା: ଶକ୍ତିଶାଳୀ ଭୂକମ୍ପରେ ଥରିଛି ଲାଟିନ ଆମେରିକୀୟ ଦେଶ ପେରୁ । ବୁଧବାର ଦେଶରେ ଉପକୂଳବର୍ତ୍ତୀ ଅଞ୍ଚଳରେ 5.8 ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି । ପେରୁରେ ଅନୁଭୂତ ହୋଇଥିବା ଭୂକମ୍ପ ସମ୍ପର୍କରେ ସ୍ପଷ୍ଟ କରିଛି ଆମେରିକୀୟ ଭୂତତ୍ତ୍ବ ସର୍ବେକ୍ଷଣ । ଭୂକମ୍ପର କେନ୍ଦ୍ରସ୍ଥଳ ଦେଶରେ ଦକ୍ଷିଣ ଭାଗରେ 69 କିମି ଦୂରରେ ଅବସ୍ଥିତ ଥିବା ମିନାସ ଡି ମାର୍କୋନା ନାମକ ସ୍ଥାନରେ ରହିଛି ।

ଭୂକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ଜଣା ପଡିନାହିଁ । ଅନ୍ୟପଟେ ଏହା ପ୍ରଭାବରେ ହେବାକୁ ଥିବା ସାମ୍ଭାବ୍ୟ ସୁନାମୀ ସମ୍ପର୍କରେ କିଛି ଜଣା ପଡିନାହିଁ । ପେରୁର ଭୌଗୋଳିକ ଅବସ୍ଥିତି ପ୍ରଶାନ୍ତ ମହାସାଗରର ଜ୍ବାଳାମୁଖୀ ଅଞ୍ଚଳରେ ମଧ୍ୟରେ ଅବସ୍ଥିତ । ଯେଉଁଥିପାଇଁ ଏଠାରେ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଅନୁଭୂତ ହୋଇଥାଏ ।

ଅନ୍ୟପଟେ ଗତ ସୋମବାର ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ପପୁଆ ନ୍ୟୁ ଗିନରେ 7.2 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହା ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ମିଳିନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ଏଠାକାର ବୁଲୋଲୋ ନାମକ ସ୍ଥାନରେ ଥିଲା ବୋଲି ଜଣାଇଛି ଆମେରିକୀୟ ଭୂତତ୍ତ୍ବ ସର୍ବେକ୍ଷଣ। ସେହି ସମାନ ଦିନରେ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ପାନଗୁନା ନାମକ ଅନ୍ୟ ଏକ ସ୍ଥାନରେ 5.5 ତୀବ୍ରତା ବିଶିଷ୍ଟ ଅନ୍ୟ ଏକ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

Last Updated : May 9, 2019, 11:38 AM IST

ABOUT THE AUTHOR

...view details