ୱାଶିଂଟନ: ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳ ବର୍ଷା ସହ ଘୂର୍ଣ୍ଣିଝଡ ‘ଇଡା’ ତାଣ୍ଡବ ରଚିଛି । ଏଥିରେ ପାଖାପାଖି 48 ଜଣଙ୍କ ମୃତ୍ୟୁ ଘଟିଛି । ଧିରେ ଧିରେ ବର୍ଷା ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ବନ୍ୟା ପରିସ୍ଥିତି ଉପୁଜିଥିବା ନେଇ ସହରବାସୀଙ୍କୁ ଆଲର୍ଟ କରାଯାଇଥିଲା । ବର୍ଷା ସହ ଘୂର୍ଣ୍ଣିଝଡର ପ୍ରକୋପ ମଧ୍ୟ ଭୟାବହ ଥିଲା ।
ଦୀର୍ଘ ବର୍ଷ ପରେ ନ୍ୟୁୟର୍କବାସୀ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି । ବନ୍ୟା ଓ ଘୂର୍ଣ୍ଣିଝଡର ତାଣ୍ଡବ ଏପରି ଥିଲା ଯେ, ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା ନେଇ ଆଶଙ୍କା କରାଯାଉଛି । ଗତକାଲି(ଗୁରୁବାର) ନ୍ୟୁୟର୍କରେ ରେକର୍ଡ ଭଙ୍ଗା ବର୍ଷା ହୋଇଥିବା କୁହାଯାଉଛି । ଏତେ ମାତ୍ରାରେ ବର୍ଷା ହୋଇଛି ଯେ, ନ୍ୟୁୟର୍କର ରାସ୍ତାଘାଟ ନଦୀରେ ପରିଣତ ହୋଇଯାଇଛି । ମେଟୋଡିଜା ମିହାଜ୍ଲୋଭ ନାମକ ଜଣେ 50 ବର୍ଷୀୟ ବ୍ୟକ୍ତି କହିଛନ୍ତି ଯେ, 'ମୁଁ ମୋ ଜୀବନ କାଳ ମଧ୍ୟରେ ଏପରି ବର୍ଷା କେବେ ଦେଖିନଥିଲି । ବର୍ଷା ଏପରି ହେଉଥିଲା ଯେ, ଜଙ୍ଗଲରେ ରହିବା ପରି ଲାଗୁଥିଲା । ଖରାଦିର ବର୍ଷା ପରି ପ୍ରବଳ ବର୍ଷା ହେଉଥିଲା, ପରିସ୍ଥିତିକୁ ବଖାଣିବା କଷ୍ଟକର । ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା ।'