ଓଡିଶା

odisha

ETV Bharat / international

ଆମେରେକାରେ ଥମୁଛି କୋରୋନା ମୃତ୍ୟୁ ଝଡ, 24 ଘଣ୍ଟାରେ 425 ମୃତ - usa corona death

ଚୀନରୁ ଆସିଥିବା କୋରୋନାରେ ବିଶ୍ବର ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ପୂର୍ବ ଅପେକ୍ଷା ଦେଶରେ କୋରୋନା ମୃତ୍ୟୁ କ୍ରମଶଃ ହ୍ରାସ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଆମେରେକାରେ ଥମୁଛି କୋରୋନା ମୃତ୍ୟୁ ଝଡ, 24 ଘଣ୍ଟାରେ 425 ମୃତ
ଆମେରେକାରେ ଥମୁଛି କୋରୋନା ମୃତ୍ୟୁ ଝଡ, 24 ଘଣ୍ଟାରେ 425 ମୃତ

By

Published : Jun 16, 2020, 11:24 AM IST

ୱାଶିଂଟନ: ସାରା ବିଶ୍ୱରେ କୋରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ, ବର୍ତ୍ତମାନ କୋରୋନା ସଂକ୍ରମିତ ମାମଲାରେ ବୃଦ୍ଧି ପୂର୍ବପରି ରହିଥିବାବେଳେ, ମୃତ୍ୟୁ ସଂଖ୍ୟା ବୃଦ୍ଧିରେ ହ୍ରାସ ପାଇଛି । ତଥାପି, ମହାମାରୀ ଏବେ ଭୟଭୀତ ରୂପ ନେଉଛି । ଗତ 24 ଘଣ୍ଟାରେ 20 ହଜାର 721 ନୂଆ ସଂକ୍ରମିତ ମାମଲା ରିପୋର୍ଟ ହୋଇଥିବାବେଳେ, 425 ଜଣଙ୍କର ମୃତ୍ୟୁ ହୋଇଛି ।

ଜନହପକିନ୍ସ ଅନୁଯାୟୀ, ମଙ୍ଗଳବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 21 ଲକ୍ଷ 14 ହଜାରକୁ ବୃଦ୍ଧି ପାଇଛି। ଏଥି ସହିତ 1 ଲକ୍ଷ 16ହଜାର 127 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ 8 ଲକ୍ଷ 89 ହଜାର ଲୋକ ମଧ୍ୟ ଉଦ୍ଧାର ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 11 ଲକ୍ଷ 75 ହଜାର ଲୋକ ବର୍ତ୍ତମାନ ଚିକିତ୍ସିତ ଅଛନ୍ତି ।

ଯୁକ୍ତରାଷ୍ଟ୍ରରେ କୋରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । 41 ପ୍ରତିଶତ ଲୋକ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବାବେଳେ । ସେହିପରି ନ୍ୟୁୟର୍କ ସିଟିରେ ସର୍ବାଧିକ 4 ଲକ୍ଷ 5 ହଜାର 139ଜଣ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ସହରରେ 30 ହଜାର 856 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 68 ହଜାର 851 ଜଣ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details