ଓଡିଶା

odisha

ETV Bharat / international

କୋରୋନା ଅପଡେଟ: ଆମେରିକାରେ କୋରୋନା ସଂକ୍ରମଣ 2938624କୁ ବୃଦ୍ଧି - usa covid 19

ଆମେରିକାରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ନେଇ ପୁଣି ଚୀନକୁ ଟାର୍ଗେଟ କଲେ ରାଷ୍ଟ୍ରପତି ଟ୍ରମ୍ପ । କହିଲେ ବିଶ୍ବରେ ମହାମାରୀ ବ୍ୟାପିବାରେ ଚୀନ ଦାୟୀ । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଆମେରିକାରେ କୋରୋନା ସଂକ୍ରମଣ 2938624କୁ ବୃଦ୍ଧି
କୋରୋନା ଅପଡେଟ: ଆମେରିକାରେ କୋରୋନା ସଂକ୍ରମଣ 2938624କୁ ବୃଦ୍ଧି

By

Published : Jul 7, 2020, 1:55 PM IST

ୱାଶିଂଟନ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କୋରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି। ଦେଶରେ ପ୍ରତିଦିନ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ରୁଜୁ ହେଉଛି। ଜନ ହପକିନ୍ସ ୟୁନିଭର୍ସିଟି ମୁତାବକ, ଗତ 24 ଘଣ୍ଟା ମଧ୍ୟରେ, 49 ହଜାର 666ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । 360 ଜଣଙ୍କର ମୃତ୍ୟୁ ହୋଇଛି । ଯଦିଓ ଆମେରିକାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ତେବେ ମଙ୍ଗଳବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 29 ଲକ୍ଷ 38 ହଜାର 624କୁ ବୃଦ୍ଧି ପାଇଛି । ଏଥିରେ ସମୁଦାୟ 1 ଲକ୍ଷ 30 ହଜାର 306 ଜଣଙ୍କର ମୃତ୍ୟୁ ହୋଇଛି। ତେବେ 13 ଲକ୍ଷ 10 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି, ଯାହା ମୋଟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 43 ପ୍ରତିଶତ ଅଟେ।

ସେହପିରି ବର୍ତ୍ତମାନ 5 ଲକ୍ଷ 96 ହଜାର ଆକ୍ରାନ୍ତ ଚିକିତ୍ସିାଧୀନ ଅଛନ୍ତି, ଯାହା ସମୁଦାୟ ସଂକ୍ରମିତ ଲୋକଙ୍କ ମଧ୍ୟରୁ 52 ପ୍ରତିଶତ ଅଟେ। ତେବେ ଆମେରିକାରେ ସମୁଦାୟ 4.44 ପ୍ରତିଶତ କୋରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି।

ତେବେ ଆମେରିକାର ବଢୁଥିବା କୋରୋନା ବୃଦ୍ଧିକୁ ନଜରରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କୋରୋନା ମହାମାରୀକୁ ନେଇ ଚୀନକୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଚୀନ ଆମେରିକା ସମେତ ସମଗ୍ର ବିଶ୍ୱକୁ ଭୟଙ୍କର କ୍ଷତି ପହଞ୍ଚାଇଛି । ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ଚୀନକୁ କୋରୋନା ଭାଇରସ ବିଷୟରେ ଅନେକ ଥର ସମାଲୋଚନା କରିଛନ୍ତି।

ABOUT THE AUTHOR

...view details