ଓଡିଶା

odisha

ETV Bharat / international

ଆମେରିକା ମୋଣ୍ଟାନାରେ Amtrak ଟ୍ରେନ ଲାଇନଚ୍ୟୁତ, ୩ ମୃତ

ଆମେରିକା ମୋଣ୍ଟାନାରେ ଜାତୀୟ ରେଲୱେ ଯାତ୍ରୀ ନିଗମ ଆମଟ୍ରାକର ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆମେରିକା ମୋଣ୍ଟାନାରେ Amtrak ଟ୍ରେନ ଲାଇନଚ୍ୟୁତ, ୩ ମୃତ
ଆମେରିକା ମୋଣ୍ଟାନାରେ Amtrak ଟ୍ରେନ ଲାଇନଚ୍ୟୁତ, ୩ ମୃତ

By

Published : Sep 26, 2021, 12:42 PM IST

ୱାଶିଂଟନ: ଆମେରିକା ଉତ୍ତର କେନ୍ଦ୍ରୀୟ ଅଞ୍ଚଳ ମୋଣ୍ଟାନାରେ ଲାଇନଚ୍ୟୁତ ହୋଇଛି ଜାତୀୟ ରେଲୱେ ଯାତ୍ରୀ ନିଗମ ଆମଟ୍ରାକର ଟ୍ରେନ । ଶନିବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଟ୍ରେନଟି ସିଟଲ ଓ ଚିକାଗୋ ମଧ୍ୟରେ ଯାତାୟାତ କରୁଥିଲା ।

ଟ୍ରେନଟି ଅପରାହ୍ନ ୪ଟା ସମୟରେ ଜୋପଲିନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଆମଟ୍ରାକର ମୁଖପାତ୍ର ଜାସନ ଏବ୍ରାମ୍ସ କହିଛନ୍ତି । ଟ୍ରେନରେ ୧୪୬ ଜଣ ଯାତ୍ରୀ ଥିବା ବେଳେ ୧୬ ଜଣ କ୍ରୁ ମେମ୍ବର ଥିଲେ । ଦୁର୍ଘଟଣା ଦୃଶ୍ୟ ପ୍ରାୟ ୧୫୦ ମାଇଲ ବା ୨୪୧ କିଲୋମିଟର ବ୍ୟାପିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରେନଟି ଲାଇନଚ୍ୟୁତ ହେବା ସମୟରେ ଯାତ୍ରୀ ମେଗାନ ଭ୍ୟାଣ୍ଡରଭେଷ୍ଟ ଜାଣିପାରିଥିଲେ । କିନ୍ତୁ ଏପରି କିଛି ହୋଇନଥିବ ଚିନ୍ତା କରି ଚୁପ ବସିଥିଲେ ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଦୁର୍ଘଟଣା ପରେ ଆମଟ୍ରାକ ଯାତ୍ରୀମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେପଟେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଉଦ୍ଧାର କାର୍ଯ୍ୟ ପାଇଁ ୧୪ଟି ଟିମକୁ ପଠାଇଥିଲା । ଏହି ଟ୍ରେନ ଦୁର୍ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ୩ଟି ବଗି ଟ୍ରେନ ଲାଇନରୁ ବାହାରି ଯାଇଥିବା ବେଳେ ଯାତ୍ରୀମାନେ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details