ଓଡିଶା

odisha

ETV Bharat / international

ଆମେରିକାର ଅର୍ଥବ୍ୟବସ୍ଥା ଖୁବ ଭଲ ରହିଛି : ଟ୍ରମ୍ପ

କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଆମେରିକାରେ 2.21 କୋଟି ଲୋକ ବେରୋଜଗାର ହୋଇଥିବା ଜଣାପଡିଛି । ସେପଟେ ଦେଶର ଅର୍ଥବ୍ୟବସ୍ଥା ଖୁବ ଭଲ ଭାବରେ ବିକଶିତ ହେଉଥିବା ଟ୍ରମ୍ପ କହିଛନ୍ତି ।

 ଟ୍ରମ୍ପ
ଟ୍ରମ୍ପ

By

Published : Jun 22, 2020, 2:20 PM IST

ୱାଶିଂଟନ: କୋରୋନା ଭାଇରସ ସଂକ୍ରମଣକୁ ରୋକିବା ଦିଗରେ ଆମେରିକାରେ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଲକଡାଉନ ଘୋଷଣା କରାଯାଇଥିଲା । ତେବେ ଏହି ଲକଡାଉନ ଯୋଗୁଁ ଦେଶରେ 2.21 କୋଟି ଲୋକ ବେରୋଜଗାର ହୋଇଥିବା ଜଣାପଡିଛି । ସେପଟେ ଏନେଇ ମତ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦେଶର ଅର୍ଥବ୍ୟବସ୍ଥା ଖୁବ ଭଲ ଭାବରେ ବିକଶିତ ହେଉଥିବା ଟ୍ରମ୍ପ କହିଛନ୍ତି । ରୋଜଗାର ମାମଲାରେ ଆମେରିକା ରେକର୍ଡ କରିଥିବା ଦାବି କରିଛନ୍ତି ଟ୍ରମ୍ପ ।

ଆମେରିକାରେ ଏପ୍ରିଲ ମାସରେ ବେରୋଜଗାରୀ ଦର 14.7 ପ୍ରତିଶତ ଥିଲା । ତେବେ 1948 ପରଠାରୁ ଦେଶରେ ବେରୋଜଗାରୀ ସ୍ତର ଏତେ ତଳକୁ ଖସିନଥିଲା । ମେ ମାସରେ ବେରୋଜଗାରୀ ଦରରେ 13.3 ପ୍ରତିଶତ ହ୍ରାସ ହୋଇଥିବା ବେଳେ ଚଳିତ ମାସରେ 25 ଲକ୍ଷ ଲୋକ ବେରୋଜଗାର ହୋଇଛନ୍ତି ।

ତେବେ ଟ୍ରମ୍ପ ଏନେଇ କହିଛନ୍ତି, 'ଆମେରିକା ପ୍ରଶାସନ ଭଲ କାମ କରୁଛି । ଆମେରିକାର ଅର୍ଥ ବ୍ୟବସ୍ଥା ଖୁବ ଭଲ ରହିଛି । ରୋଜଗାରରେ ଆମେ ରେକର୍ଡ କରିଛୁ । ରେକର୍ଡ ସ୍ତରରେ ଆମେ ରୋଜଗାରର ଅବସର ଉତ୍ପନ୍ନ କରିଛୁ । ଆମେ କ୍ଷୁଦ୍ର ବ୍ୟବସାୟ ମାମଲାରେ ରେକର୍ଡ କରିଛୁ ବୋଲି ଦାବି କରିଛନ୍ତି ଟ୍ରମ୍ପ । '

ABOUT THE AUTHOR

...view details