ବୋଗୋଟା: କୋଲମ୍ବିଆର ରାଜଧାନୀ ବୋଗୋଟାଠାରେ ଜେଲରୁ ଖସିଯିବାକୁ ଉଦ୍ୟମ କରି 23 ଜଣ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ 83 ଜଣ ଆହତ ଥିବା ଜଣା ପଡ଼ିଛି । ରବିବାର ରାତିରେ ଲା ମଡେଲୋ କାରଗାରରୁ ଖସିଯିବାକୁ ଅପରାଧୀମାନେ ଏକ ବଡ଼ ଯୋଜନା କରୁଥିବା କହିଛନ୍ତି ନ୍ୟାୟ ମନ୍ତ୍ରୀ ମାର୍ଗାରିଟା କାବେଲୋ । ଆହତଙ୍କ ମଧ୍ୟରେ 7 ଜଣ ଜେଲ ଜଗୁଆଳି ଏବଂ ଅଧିକାରୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି ।
ଜେଲରୁ ଖସିବାକୁ ଉଦ୍ୟମ କରି 23 ଅନ୍ତେବାସୀ ମୃତ - କଲମ୍ବିଆର ରାଜଧାନୀ ବୋଗୋଟା
କୋଲମ୍ବିଆର ରାଜଧାନୀ ବୋଗୋଟାଠାରେ ଜେଲରୁ ଖସିଯିବାକୁ ଉଦ୍ୟମ କରି 23 ଜଣ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ 83 ଜଣ ଆହତ ଥିବା ଜଣା ପଡ଼ିଛି । ତେବେ ଆହତଙ୍କ ମଧ୍ୟରେ 7 ଜଣ ଜେଲ ଜଗୁଆଳି ଏବଂ ଅଧିକାରୀ ଥିଲେ । ଅଧିକ ପଢନ୍ତୁ...

ଜେଲରୁ ଖସିବାକୁ ଉଦ୍ୟମ କରି 23ଜଣ ଅନ୍ତେବାସୀଙ୍କ ମୃତ୍ୟୁ
ସେହି ରାତିରେ କଲମ୍ବିଆର ଅନ୍ୟାନ୍ୟ ଜେଲରେ ମଧ୍ୟ ଜେଲରୁ ବାହାରିବା ପାଇଁ ଅପରାଧୀମାନେ ଏକ ବଡ଼ ଧରଣର ଯୋଜନା କରିଥିବା ମନ୍ତ୍ରୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଜେଲରେ କୋରୋନା ଭାଇରସରେ ଆକ୍ରାନ୍ତ ପାଇଁ ନୁହେଁ ବରଂ ଅପରାଧୀଙ୍କ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା । କାରଣ ଜେଲରେ କୌଣସି ସାନିଟାଇଜର କିମ୍ବା ସଂକ୍ରମଣର ଗୋଟିଏ ହେଲେବି ମାମଲା ନଥିଲା ।
@ IANS