ଓଡିଶା

odisha

ETV Bharat / international

ମଙ୍ଗଳ ଅଭିମୁଖେ ବର୍ଷର ଶେଷ ତଥା ଆମେରିକାର ନବମ ମିଶନ ‘ପରଜର୍ଭରେନ୍ସ’

ଗୁରୁବାର ମଙ୍ଗଳ ଅଭିମୁଖେ ନିଜର ନବମ ମିଶନ ଲଞ୍ଚ କରିଛି ଆମେରିକା । ନାସାର ଦୀର୍ଘ ପ୍ରତୀକ୍ଷିତ ଏହି ପରଜର୍ଭରେନ୍ସ ରୋଭର ମିଶନ ନେଇ ଆମେରିକା ଅନେକ ଆଶାବାଦୀ ରହିଛି । ଲକ୍ଷ୍ୟ ରହିଛି କି ଏହାକୁ ମଙ୍ଗଳ ଗ୍ରହର ସବୁଠାରୁ ଜଟିଳତମ ପୃଷ୍ଠରେ ଅବତରଣ କରାଇ ସେଠାରୁ ପଥରର ନମୂନା ସଂଗ୍ରହ କରିବା ଓ ଗ୍ରହରେ ମାଇକ୍ରୋବିଆଲ ଜୀବ ସତ୍ତାର ପ୍ରମାଣ ଏକତ୍ରିତ କରି ପୃଥିବୀ ଫେରାଇ ଆଣିବା ।

Mars mission, us's mars mission, nasa' mars rover perserverence, perserverence mission, latest space news, nasa latest news, ମଙ୍ଗଳ ମିଶନ, ଆମେରିକାର ମଙ୍ଗଳ ମିଶନ, ନାସାର ମାର୍ସ ରୋଭର ପରଜର୍ଭରେନ୍ସ, ପରଜର୍ଭରେନ୍ସ ମିଶନ, ଲାଟେଷ୍ଟ ସ୍ପେଶ ନ୍ୟୁଜ୍‌, ନାସା ଲାଟେଷ୍ଟ ନ୍ୟୁଜ୍‌
ମଙ୍ଗଳ ଅଭିମୁଖେ ବର୍ଷର ଶେଷ ତଥା ଆମେରିକାର ନବମ ମିଶନ ‘ପରଜର୍ଭରେନ୍ସ’

By

Published : Jul 30, 2020, 6:59 PM IST

କେପ କାନାଭେରାଲ: ସୌରମଣ୍ଡଳର ଏହି ଗ୍ରହକୁ ଯିବା ପାଇଁ ପ୍ରତ୍ୟେକ ରାଷ୍ଟ୍ରର ଚାଲିଛି ଆପ୍ରାଣ ଉଦ୍ୟମ । ଏଠାରେ ଜଳର ସ୍ଥିତି ଓ ଜୀବନର ସତ୍ତା କେତେ ସମ୍ଭବ ସେନେଇ ମଧ୍ୟ ଅବିରତ ପରୀକ୍ଷା ନିରୀକ୍ଷା ଜାରି ରହିଛି । ହେଲେ ଏହି ଗ୍ରହରେ ପହଞ୍ଚିବା ସେତେଟା ସହଜ ନୁହେଁ । ଅନେକ ବିଫଳତା ପରେ ଖୁବ କମ ରାଷ୍ଟ୍ର ସଫଳତାର ସହ ଏଠାରେ ପହଞ୍ଚିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏ ହେଉଛି ସୌରମଣ୍ଡଳର ଲାଲ ଗ୍ରହ ଭାବେ ପରିଚିତ ମଙ୍ଗଳ ଗ୍ରହ ।

ଚଳିତ ବର୍ଷ ଏହି ଗ୍ରହରେ ପହଞ୍ଚିବା ପାଇଁ 3ଟି ମିଶନର ପରିକଳ୍ପନା ହୋଇଛି । ଯେଉଁଥିରେ ସାମିଲ ହୋଇଛି ୟୁଏଇ, ଚୀନ ଓ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର । ଏହା ପୂର୍ବରୁ ଆମେରିକା 8 ଥର ସଫଳତାର ସ୍ବାଦ ଚାଖି ସାରିଥିବା ବେଳେ ପ୍ରଥମ ଥରର ବିଫଳତା ପରେ ଦ୍ବିତୀୟ ଥର ଚେଷ୍ଟା ଆରମ୍ଭ କରିଛି ଚୀନ । ସେହିପରି ଅନେକ ବାଧା ବିଘ୍ନ ସତ୍ତ୍ବେ ମଙ୍ଗଳ ଅଭିମୁଖେ ପ୍ରଥମ ମିଶନ ଲଞ୍ଚ କରିଛି ୟୁଏଇ ।

ଏହିକ୍ରମରେ ଗୁରୁବାର ମଙ୍ଗଳ ଅଭିମୁଖେ ନିଜର ନବମ ମିଶନ ଲଞ୍ଚ କରିଛି ଆମେରିକା । ନାସାର ଦୀର୍ଘ ପ୍ରତୀକ୍ଷିତ ଏହି ପରଜର୍ଭରେନ୍ସ ରୋଭର ମିଶନ ନେଇ ଆମେରିକା ଅନେକ ଆଶାବାଦୀ ରହିଛି । ଲକ୍ଷ୍ୟ ରହିଛି କି ଏହାକୁ ମଙ୍ଗଳ ଗ୍ରହର ସବୁଠାରୁ ଜଟିଳତମ ପୃଷ୍ଠରେ ଅବତରଣ କରାଇ ସେଠାରୁ ପଥରର ନମୂନା ସଂଗ୍ରହ କରିବା ଓ ଗ୍ରହରେ ମାଇକ୍ରୋବିଆଲ ଜୀବ ସତ୍ତାର ପ୍ରମାଣ ଏକତ୍ରିତ କରି ପୃଥିବୀ ଫେରାଇ ଆଣିବା । ତେବେ ଏହି ସ୍ପେଶକ୍ରାଫ୍ଟ 300 ମିଲିୟନ ମାଇଲ ଅତିକ୍ରମ କରି ଆସନ୍ତା ବର୍ଷ ଫେବୃଆରୀରେ ମଙ୍ଗଳଗ୍ରହର କକ୍ଷ ପଥରେ ପ୍ରବେଶ କରିବା ନେଇ ସୂଚିନା ରହିଛି ।

କେପ କାନାଭେରାଲ ଏୟାରଫୋର୍ସ ଷ୍ଟେସନରେ ଉତକ୍ଷେପଣ ପାଇଁ ଅପେକ୍ଷାରତ ଆଟଲାସ ଭି ରକେଟ

ନାସାର ଏହି ମିଶନ ପାଇଁ ୟୁରୋପିଆନ ସ୍ପେଶ ଏଜେନ୍ସି ମଧ୍ୟ ସହାୟତାର ହାତ ବଢାଇଛି । ବର୍ତ୍ତମାନ ସୁଦ୍ଧାରୁ ସବୁଠାରୁ ବିକଶିତ ରୋଭର ହେଉଛି ପରଜର୍ଭରେନ୍ସ । ଏହା ମଙ୍ଗଳ ପୃଷ୍ଠରେ ଏପରି ସ୍ତାନରେ ଅବତରଣ କରିବ ଯେଉଁଠାରେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ବିରାଟ ହ୍ରଦ ରହିଥିବା ପୂର୍ବରୁ ବୈଜ୍ଞାନିକମାନେ ପ୍ରମାଣ ପାଇଥିଲେ । ଏହି ସ୍ଥାନରୁ ପରୀକ୍ଷା ପାଇଁ ନମୂନା ସହଜରେ ସଂଗ୍ରହ କରାଯାଇପାରେ । ତେବେ ଏହି ମିଶନରେ ସଂଗୃହୀତ ପଥର ଖଣ୍ଡର ନମୂନା ଆସନ୍ତା 2031 ସୁଦ୍ଧା ପୃଥିବୀକୁ ଫେରିବ ବୋଲି ସୂଚନା ରହିଛି ।

ବାମ ପାର୍ଶ୍ବରେ ଥିବା ଭର୍ଟିକାଲ ଇଣ୍ଟିଗ୍ରେସନ ଫାସିଲିଟିକୁ ଛାଡି ସ୍ପେଶ ଲଞ୍ଚ କମ୍ପ୍ଲେକ୍ସ 42 ଅଭିମୁଖେ ଆଟଲାସ ଭି ରକେଟ

ନାସାର ଏହି ମିଶନ ପଛରେ 8 ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା ବେଳେ ଏହି ମିଶନ ଅଧିନରେ ଆଗକୁ ଏକାଧିକ ଲଞ୍ଚିଂ ହେବା ନେଇ ନାସା ସ୍ପଷ୍ଟ କରିଛି । ତେବେ ମଙ୍ଗଳ ଗ୍ରହରେ ଜୀବନ ସତ୍ତାର ସମ୍ଭାବନା ରହିଛି କି ନାହିଁ ତାହା ଜଣା ନଥିଲେ ମଧ୍ୟ ଅତୀତରେ ଏହା ମଧ୍ୟ ପୃଥିବୀ ପରି ଏକ ଗ୍ରହ ଥିବା ନେଇ ବୈଜ୍ଞାନିକମାନେ ଆକଳନ କରୁଛନ୍ତି । ଏନେଇ ସୂଚନା ଦେଇଛନ୍ତି ନାସା ପରିଚାଳକ ଜିମ ବ୍ରିଡେନଷ୍ଟାଇନ ।

ରୋଭର ମିଶନର ନାମକରଣ ପ୍ରତିଯୋଗିତାରେ ବିଜୟୀ ଆଲୋକ୍ସାଣ୍ଡର ମାଥର

ମଙ୍ଗଳ ମିଶନରେ ଏକାଧିକ ଥର ସଫଳତା ହାସଲ କରିଥିବା ଦେଶ ଭାବେ ଆମେରିକା ନିଜର ରେକର୍ଡ ସୃଷ୍ଟି କରିସାରିଛି । ଚଳିତ ମିଶନରେ ଯଦି ଫେବୃଆରୀ ସୁଦ୍ଧା ସବୁକିଛି ଯୋଜନା ମୁତାବକ ଚାଲେ ତେବେ ଆମେରିକାର ପରଜର୍ଭରେନ୍ସ ଆମେରିକାର ନବମ ସଫଳ ମିଶନ ସାବ୍ୟସ୍ତ ହେବ ।

କେପ କାନାଭେରାଲ ଏୟାର ଫୋର୍ସ ଷ୍ଟେସନରେ ପ୍ୟାଡ 41ରୁ ଉତକ୍ଷେପଣ ପାଇଁ ପ୍ରସ୍ତୁତ ହୋଇ ରହିଛି ଆଟଲାସ ଭି ରକେଟ

ଆଟଲାସ ଭି ରକେଟ ଲଞ୍ଚିଂ ପାଇଁ ଭଲ ପାଣିପାଗ ଉପରେ ରହିଥିଲା ବିଶେଷ ନଜର । ତେବେ ଡେନଭର ସ୍ଥିତ ଓ ଏହି ରକେଟ ମେକର ଓ ଏହାର ହେରିଟେଜ କମ୍ପାନୀ ଏଯାବତ୍‌ ନାସାର ସମସ୍ତ ମଙ୍ଗଳ ମିଶନକୁ ଲଞ୍ଚ କରିଛନ୍ତି । 1964 ମସିହାରୁ ନାସାର ପ୍ରଥମ ମଙ୍ଗଳ ମିଶନ ମରାଇନର୍ସ ସହ ୟନାଇଟେଡ ଲଞ୍ଚ ଆଲାଏଆନ୍ସ ଆଟଲାସ ଭିର ନାସା ସହ ଯାତ୍ରା ଆରମ୍ଭ ହୋଇଥିଲା ।

ଏନେଇ ୟୁଏଲଏ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟୋରୀ ବ୍ରୁନୋଙ୍କ କହିବା ଅନୁଯାୟୀ ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ମିଶନ ମଧ୍ୟରୁ ସବୁଠାରୁ ଜଟିଳତମ ମିଶନ ହେଉଛି ପରଜର୍ଭରେନ୍ସ ।

କେନେଡି ସ୍ପେଶ ସେଣ୍ଟର ବାହାରେ ପ୍ରଦର୍ଶନୀ ପାଇଁ ରହିଛି ମାର୍ସ ରୋଭର ପରଜର୍ଭରେନ୍ସର ଏକ ଡମି ମଡେଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details