ୱାଶିଂଟନ: ଆମେରିକାରେ ଆତଙ୍କ ଖେଳାଇଛି କୋରୋନା । ପ୍ରତ୍ୟେକ ଦିନ ଯାଉଛି ହଜାର ହଜାର ଜୀବନ । ଏହି ମହାମାରୀରେ ବର୍ତ୍ତମାନ ସୁଦ୍ଧା ବିଶ୍ବର 210ଟି ଦେଶରେ ନିଜର କାୟାବିସ୍ତାର କରିସାରିଛି । ଫଳରେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ ।
ଆମେରିକାରେ କୋରୋନା ବିତ୍ପାତ, 24 ଘଣ୍ଟାରେ ଗଲାଣି 1514 ମୁଣ୍ଡ - Johns Hopkins University
ଆମେରିକାରେ କୋରୋନାର କରାଳ ରୂପ । ପ୍ରତ୍ୟେକ ଦିନ ନେଉଛି ହଜାର ହଜାର ଜୀବନ । ଅଧିକ ପଢନ୍ତୁ...
ସୂଚନା ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 1514 ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର ପାର କଲାଣି ବୋଲି ଜହନ ହକପିନ୍ସ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିବା ଯୋଗୁଁ ଉକ୍ତ ଦେଶରେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ ।
ତେବେ ଶନିବାର ଅପେକ୍ଷା ରବିବାର ମୃତ୍ୟୁ ସଂଖ୍ୟାରେ କିଛି ମାତ୍ରାରେ ହ୍ରାସ ପାଇଛି । ସାରା ବିଶ୍ବରେ ଏବେ କୋଭିଡ-19 ଦ୍ବାରା 18 ଲକ୍ଷ 52 ହଜାରରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବାବେଳେ ଏହାସହ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 9 ହଜାରରେ ଉର୍ଦ୍ଧ୍ବରେ ପହଞ୍ଚିଛି । ସେହିପରି ଏତିରେ 331 ଜଣଙ୍କର ମୃତ୍ୟୁ ହୋଇଛି ।