ମେକ୍ସିକୋ: ଦକ୍ଷିଣ ପୂର୍ବ ମେକ୍ସିକୋରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ। ଏଥିରେ 13 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 21 ଜଣ ଆହତ ହୋଇଛନ୍ତି। ତେବେ ଏହି ବସଟି ଏକ କାନ୍ଥରେ ପିଟି ହେବା ପରେ ଦୁର୍ଘଟଣାର ସାମ୍ମନା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ମେକ୍ସିକୋ ବସ ଦୁର୍ଘଟଣା: 13 ମୃତ, 21 ଆହତ - ମେକ୍ସିକୋ ବସ ଦୁର୍ଘଟଣା
ଦକ୍ଷିଣ ପୂର୍ବ ମେକ୍ସିକୋରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ। ଏଥିରେ 13 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 21 ଜଣ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ଆଠ ଜଣ ପୁରୁଷ ଅଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି।
ମେକ୍ସିକୋ ବସ ଦୁର୍ଘଟଣା: 13 ମୃତ, 21 ଆହତ
ଗୁଆଟେମାଲା ସୀମା ନିକଟ ଚିଆପାସ୍ ରାଜ୍ୟର ଲା ଟ୍ରିନିଟାରିଆ ଏବଂ ଫ୍ରୋଣ୍ଟେରା କୋମାଲାପା ରାସ୍ତାରେ ସ୍ଥାନୀୟ ସମୟ ସକାଳ 5:30 ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଗୁରୁତରଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ଆଠ ଜଣ ପୁରୁଷ ଅଛନ୍ତି ବୋଲି ଏଜେନ୍ସି ଏକ ବିବୃତ୍ତିରେ କହିଛି । ଦୁର୍ଘଟଣାର କାରଣ ଜାଣିବା ପାଇଁ ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। ଆହତମାନଙ୍କୁ ବିଭିନ୍ନ ଅଞ୍ଚଳ ଡାକ୍ତରଖାନାକୁ ନିଆଯାଇଥିଲା।