ଓଡିଶା

odisha

ETV Bharat / international

କଲୋମ୍ବିଆ: ବିମାନ ଦୁର୍ଘଟଣାରେ 12 ମୃତ

ଆମେରିକାର କଲୋମ୍ବିଆରେ ବିମାନ ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ଘଟିଛି ।

By

Published : Mar 10, 2019, 12:04 PM IST

ପ୍ରତୀକାତ୍ମକ ଫଟୋ

ୱାସିଂଟନ: ଆମେରିକାର କଲୋମ୍ବିଆରେ ଏକ ବିମାନ ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଆମେରିକାର ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ ସାନ ଜୋଶ ଡେଲ ଗ୍ବାଭିଆରେ ଠାରୁ ଭିଲ୍ଲାଭିସେନସିଓକୁ ଉଡ଼ାଣ ଭରିଥିଲା । ତେବେ ପୂର୍ବାହ୍ଣ ସାଢେ 10ଟା ସମୟରେ ବିମାନ ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ କରାଯାଇଥିଲା । ମାତ୍ର ଏହା ପରେ ଆଉ ଯୋଗାଯୋଗ ହୋଇପାରିନଥିଲା ।

ପରେ ବିମାନଟି ଦୁର୍ଘଟଣାର ସମ୍ମୁଖିନ ହୋଇଥିବ ସୂଚନା ମିଳିଥିଲା । ତେବେ ବିଭାଗ ପକ୍ଷରୁ ମୃତାହତଙ୍କ ପରିଚୟ ଖୋଜା ଚାଲିଛି । ତେବେ ଏହି ଦୁର୍ଘଟଣାର ସଠିକ ତଥ୍ୟ ମିଳିପାରିନାହିଁ ।

ABOUT THE AUTHOR

...view details