ଉଗାଡୋଗୁ:ପଶ୍ଚିମ ଆଫ୍ରିକାରେ ଏକାସହ 24 ଜଣଙ୍କୁ ଗୁଳିକରି ହତ୍ୟା । ବୁରିକାନା ଫୋସୋ ଚର୍ଚ୍ଚରେ ଘଟିଛି ଏହି ଘଟଣା । ଏହାସହ ବନ୍ଧୁକଧାରୀ ଘଟଣାସ୍ଥଳରୁ 3 ଜଣଙ୍କୁ ଅପହରଣ କରି ନେଇଛନ୍ତି ।
ସୂଚନା ଅନୁସାରେ ପ୍ୟାନ୍ସି ଟାଉନ ଅଧିନସ୍ଥ ୟାଘା ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘୟଣା ଘଟିଛି। ପ୍ରାୟ 20 ଜଣ ଦୁର୍ବୃତ୍ତ ବନ୍ଧୁକଧରି ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲେ । ଫଳରେ 24 ଜଣଙ୍କର ମୃତ୍ୟୁ ଘଟିବା ସହ 10 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ 180 କିଲୋମିଟର ଦୂର ଡୋରୀ ଟାଉନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।