ଓଡିଶା

odisha

ETV Bharat / international

Sudan Gold Mine Collapsed: ସୁନା ଖଣିରେ ଭୂସ୍ଖଳନ, ୩୮ ମୃତ

ସୁଦାନରେ ଥିବା ଏକ ସୁନାଖଣିରେ ଭୟଙ୍କର ଭୂସ୍ଖଳନ । ଚାପି ହୋଇ ୩୮ ମୃତ । ଆହତଙ୍କ ସମ୍ପର୍କରେ ନାହିଁ ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

By

Published : Dec 29, 2021, 4:37 PM IST

ସୁନା ଖଣିରେ ଭୁସ୍ଖଳନ, ୩୮ ମୃତ
ସୁନା ଖଣିରେ ଭୁସ୍ଖଳନ, ୩୮ ମୃତ

ଖାର୍ତୁମ: ସୁଦାନରେ ଥିବା ଏକ ସୁନାଖଣିରେ ଭୂସ୍ଖଳନ ଘଟି ୩୮ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ସୁଦାନର ରାଜଧାନୀ ଖାର୍ତୁମରୁ ପ୍ରାୟ ୭ ଶହ କି.ମି ଦୂରରେ ଥିବା ଫୁଜା ନାମକ ଏକ ଗ୍ରାମ ନିକଟରେ ଥିବା ଏହି ସୁନା ଖଣିରେ ମାଟି ଅତଡା ଧସିବାରୁ ସେଥିରେ ଚାପି ହୋଇ ୩୮ ଜଣ ପ୍ରାଣ ହରାଇଥିବା ସୁଦାନ ସରକାର ସୂଚନା ଦେଇଛନ୍ତି । ଏହି ଖଣି ସୁଦାନ ସରକାରଙ୍କ ନିୟନ୍ତ୍ରଣରେ ରହିଥିଲା ।

ଏହି ଅଘଟଣରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିବାବେଳେ ଆହତଙ୍କ ସମ୍ପର୍କରେ ସରକାରୀ ଭାବେ କିଛି ତଥ୍ୟ ମିଳିପାରିନାହିଁ । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳର କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । କିଛି ସ୍ଥାନୀୟ ବ୍ୟକ୍ତି ମାଟି ଅତଡା ତଳୁ ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଥିବା ମଧ୍ୟ ଏହି ଭାଇରାଲ ପୋଷ୍ଟରେ ଦେଖିବାକୁ ମିଳିଛି । କିଛି ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ସଂଖ୍ୟା ସମ୍ପର୍କରେ କିଛି ତଥ୍ୟ ମିଳିପାରିନାହିଁ ।

ସମଗ୍ର ବିଶ୍ବରେ ସୁଦାନ ଏକ ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶ ହୋଇଥିବାବେଳେ ଏଠାରେ ଏକାଧିକ ସୁନା ଖଣି ମଧ୍ୟ ରହିଛି । ତେବେ ସୁନା ତସ୍କରୀ ଅଭିଯୋଗ ହୋଇଆସୁଥିବାବେଳେ ଗତ ୨ ବର୍ଷରୁ ସୁଦାନ ସରକାର ସୁନା ଖଣି ଉପରେ ବିଭିନ୍ନ ପରିଚାଳନାଗତ କଟକଣା ଜାରି କରିବା ସହ ନିଜେ ମଧ୍ୟ କିଛି ଖଣିର ଉତ୍ପାଦନ ଦାୟିତ୍ବ ମଧ୍ୟ ହାତକୁ ନେଇଥିଲେ । ତେବେ ଦୁର୍ଘଟଣା ଘଟିଥିବା ଖଣିଟି ସରକାରଙ୍କ ନିୟନ୍ତ୍ରଣରେ ଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details