ଜୋହାନ୍ସବର୍ଗ: କୋରୋନାରେ ଆକ୍ରାନ୍ତ ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା (Cyril Ramaphosa)। କୋରୋନାର ସାମାନ୍ୟ ଲକ୍ଷଣ (Covid-19 symptoms )ଦେଖାଦେବାରୁ ସେ କୋରୋନା ପରୀକ୍ଷା କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ଗତକାଲି ପଜିଟିଭ ଆସିଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ।
କୋରୋନା ଟିକାର ଉଭୟ ଡୋଜ ନେଇଥିଲେ ସୁଦ୍ଧା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି । ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ସମସ୍ତ ଦାୟିତ୍ବ ଉପରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi Wishing speedy recovery South Africa President) ଟ୍ବିଟ କରି ରାଷ୍ଟ୍ରପତିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ ମୋର ବନ୍ଧୁ ରାଷ୍ଟ୍ରପତି ସିରିଲ ରାମାଫୋସା ଶୀଘ୍ର କୋରୋନାରୁ ସୁସ୍ଥ ହୋଇଯାଆନ୍ତୁ । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ଏବଂ ଦକ୍ଷିଣ ଆଫ୍ରିକା ଜାତୀୟ ପ୍ରତିରକ୍ଷା ବାହିନୀର ସାମରିକ ସ୍ବାସ୍ଥ୍ୟ ସେବା ଏହାର ତଦାରଖ କରୁଥିବା ବିବୃତ୍ତିରେ କୁହାଯାଇଛି ।