ଅକଲାଣ୍ଡ: ବିଶ୍ବରେ ଅନେକ ସମୟରେ ଏପରି ଅଜବ ଘଟଣା ଘଟିଥାଏ ଯାହା ସମଗ୍ର ମାନବ ସମାଜକୁ ଚକିତ କରିଥାଏ । ନିଆରା ଢଙ୍ଗରେ ବିବାହ କରିବା ପାଇଁ ଅନେକ ଲୋକ ବିଭିନ୍ନ ଉପାୟ ଆପଣାଇ ରେକର୍ଡ ବୁକରେ ନାମ ସାମିଲ କରିଥାନ୍ତି । ସେହିପରି ଏକ ଘଟଣା ନିକଟରେ ପ୍ରଶାନ୍ତ ମହାସାଗାରୀୟ ଦ୍ୱୀପରାଷ୍ଟ୍ର ନ୍ୟୁଜିଲାଣ୍ଡରେ ଘଟିଛି।
ନ୍ୟୁଜିଲାଣ୍ଡରେ ରହୁଥିବା ଜଣେ ଯୁବତୀ ଓ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଯୁବକ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ୩୪ ହଜାର ଫୁଟ ଉଚ୍ଚରେ ବିବାହ କରି ନବଦମ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଯୁବକ ଜଣକ ଡେଭିଡ ଭାଲିଆଣ୍ଟ ଓ ଯୁବତୀଙ୍କ ନାମ କ୍ୟାଥି ଭାଲିଆଣ୍ଟ ବୋଲି ଜଣାପଡିଛି।
୨୦୧୧ରେ ଉଭୟ ଏକ ଅନଲାଇନ ଗେମ ଏୟାରପୋର୍ଟ ସିଟି ଦ୍ବାରା ପରସ୍ପରକୁ ଜାଣିଥିଲେ । ସମ୍ପର୍କ ଯେତେବେଳେ ପ୍ରେମର ରୂପ ନେଇଥିଲା ସେମାନେ ନିଆରା ଉପାୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ 8 ବର୍ଷର ପ୍ରେମକୁ ନିକଟରେ ସେମାନେ ବିବାହର ରୂପ ଦେଇଥିଲେ । ତେବେ ଅକ୍ଟୋବର ୯ରେ ଉଭୟ ବିବାହ କରିଥିବା ଭିଡିଓ ଏବେ ଭାଇରାଲ ହୋଇଛି ।