ଓଡିଶା

odisha

ETV Bharat / international

ସାମରିକ ବେସରେ ଡିନାମାଇଟ ବିସ୍ଫୋରଣ ; 20 ମୃତ, 600ରୁ ଉର୍ଦ୍ଧ୍ବ ଗୁରୁତର - ପଶ୍ଚିମ ଆଫ୍ରିକାର ଏକ ଦେଶରେ ବିସ୍ଫୋରଣ

ପଶ୍ଚିମ ଆଫ୍ରିକାର ଏକ ଦେଶରେ ବଡଧରଣ ବିସ୍ଫୋରଣ । ସାମରିକ ବେସରେ ଡିନାମାଇଟ ବିସ୍ଫୋରଣ ଘଟି 20 ମୃତ, 600ରୁ ଅଧିକ ଗୁରୁତର । ଅଧିକ ପଢନ୍ତୁ...

ସାମରିକ ବେସରେ ଡିନାମାଇଡ ବିସ୍ଫୋରଣ
ସାମରିକ ବେସରେ ଡିନାମାଇଡ ବିସ୍ଫୋରଣ

By

Published : Mar 8, 2021, 8:41 AM IST

ଔଗାଡୌଗୌ: ସାମରିକ ବେସରେ ସିରିଜ ବିସ୍ଫୋରଣ । ଆଖି ପିଛୁଳାକେ ଧ୍ବଂସବିଧ୍ବଂସ ହୋଇଗଲା ବଡ ବଡ ଅଟ୍ଟାଳିକା । ମାଟିରେ ମିଶିଗଲା 20 ଜୀବନ । 600 ରୁ ଅଧିକ ଏଥିରେ ଗୁରୁତର ହୋଇଛନ୍ତି । ବୁରକିନ ଫାସୋର ଦେଶର ଇକ୍ୟୁଟୋରିଆଲ ଗୁନିଆରେ ଅବେହଳା କାରଣରୁ ଡିନାମାଇଟ ବିସ୍ଫୋରଣ ହୋଇଥିଲା। ରବିବାର ଅପରାହ୍ନ 4 ଟା ସମୟରେ ଘଟିଥିଲା ।

ରାଷ୍ଟ୍ରପତି ଟିଡୋରୋ ଓବିଆଙ୍ଗ ନଗୁଏମା ଏନେଇ ସୂଚନା ଦେଇଥିଲେ। ବିସ୍ଫୋରଣଟି ବାଟା ସ୍ଥିତ ମୋଣ୍ଡୋଙ୍ଗ ନକୁଆଣ୍ଟୋମା ପଡିଆ ନିକଟ ମିଲିଟାରୀ ବାରାକରେ ଘଟିଛି । ବିସ୍ଫୋରଣ ଯୋଗୁଁ ବାଟା ଅଞ୍ଚଳର ବହୁ ଅଟ୍ଟାଳିକା ଧ୍ବଂସ ହୋଇଛି ।

ସେପଟେ ବିସ୍ଫୋରଣ ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏକ ବୟାନ ଜାରି କରିଛନ୍ତି । ବାରାକରେ ଥିବା ଅସ୍ତ୍ରଶସ୍ତ୍ରରେ ନିଆଁ ଲାଗିବା କାରଣରୁ ବିସ୍ଫୋରଣରୁ ବଡ ଧରଣର ରୂପ ନେଇଥିଲା । କେହି କିଛି ବୁଝିବା ଆଗରୁ ଚାରି ଆଡେ ଧୂଆଁରେ ଭର୍ତ୍ତି ହୋଇଥିଲା । 20 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 600 ରୁ ଅଧିକ ଗୁରୁତର ହୋଇଛନ୍ତି । ତେବେ ବିସ୍ଫୋରଣ କାରଣ ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ଆଫ୍ରିକୀୟ ଦେଶରେ ଇକ୍ୟୁଟୋରିଆଲ ଗୁନିଆ 1.3 ନିୟୁତ ଜନସଂଖ୍ୟାକୁ ନେଇ ଦକ୍ଷିଣ କାମେରୁନେ ଅବସ୍ଥିତ । 1968 ମସିହାରେ ଏହି ଦେଶ ସ୍ବାଧୀନତା ହାସଲ କରିଥିଲା । ଏହା ପୂର୍ବରୁ ଏହି ଦେଶ ସ୍ପେନ ଅଧିନରେ ରହିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details