ଓଡିଶା

odisha

ETV Bharat / international

ଲକଡାଉନ ଇଫେକ୍ଟ: ନିର୍ଜନ ରାସ୍ତାରେ ସିଂହଦଳଙ୍କ ଆରାମରେ ବିଶ୍ରାମ

କିଛିଦିନ ତଳେ ମାଙ୍କଡମାନଙ୍କ ସୁଇମିଂ ପୁଲ୍ ପାର୍ଟି ଏବଂ ଡଲଫିନ୍ ମୁମ୍ବାଇ ସମୁଦ୍ରକୁ ଫେରିବା ପରେ ଆଫ୍ରିକାର ସିଂହମାନେ ରାସ୍ତାକୁ ଆରାମରେ ଶୋଇଥିବା ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

COVID-19 Lockdown
COVID-19 Lockdown

By

Published : Apr 19, 2020, 6:38 PM IST

କେପଟାଉନ: ସାରା ବିଶ୍ବ ଆକାଶରେ ଏବେ କୋରୋନାର କଳାବାଦଲ । ମାନବ ଜଗତ ଭୟାକ୍ରାନ୍ତ, ଭାଇରସରେ ସଂକ୍ରମିତ । କୋରୋନାରେ କବଳିତ । ଏପରିସ୍ଥଳେ ବିଶ୍ବର ଶତାଧିକ ରାଷ୍ଟ୍ର ଏବେ ଗୃହବନ୍ଦୀ । କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଜାରି ରହିଛି ଲକଡାଉନ, ପରିସ୍ଥିତି ସହ ମନୁଷ୍ୟର ସଂଘର୍ଷ । ମନୁଷ୍ୟହୀନ ଜମି ଠାରୁ ଆରମ୍ଭ କରି ଜଙ୍ଗଲ । ସବୁଆଡେ ହ୍ରାସ ପାଇଛି ମାଳମାଳ ମନୁଷ୍ୟଙ୍କ ଉପସ୍ଥିତି । ଏପରିସ୍ଥଳେ ଜୀବଜନ୍ତୁଙ୍କ ସ୍ବର୍ଗ ପାଲଟିଛି ପୃଥିବୀ । ନିର୍ବିରୋଧ ଓ ନିର୍ଦ୍ବନ୍ଦରେ ବୁଲୁଛନ୍ତି ସେମାନେ ।

କିଛିଦିନ ତଳେ ମାଙ୍କଡମାନଙ୍କ ସୁଇମିଂ ପୁଲ୍ ପାର୍ଟି ଏବଂ ଡଲଫିନ୍ ମୁମ୍ବାଇ ସମୁଦ୍ରକୁ ଫେରିବା ପରେ ଆଫ୍ରିକାର ସିଂହମାନେ ରାସ୍ତାକୁ ଆରାମରେ ଶୋଇଥିବା ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦକ୍ଷିଣ ଆଫ୍ରିକାର କ୍ରୁଗର ନ୍ୟାସନାଲ ପାର୍କ ଦ୍ବାରା ପ୍ରକାଶିତ କିଛି ଫଟୋରେ ଓରପେନ୍ ବିଶ୍ରାମ ଶିବିର ବାହାରେ ଟ୍ରାଫିକ୍ କମ ଥିବା ରାସ୍ତାରେ ସିଂହମାନେ ଆରାମରେ ବିଶ୍ରାମ ନେଉଛନ୍ତି । 10 ରୁ ଅଧିକ ସିଂହ ନିର୍ଜନ ରାସ୍ତାରେ ବିଶ୍ରାମ ନେଉଥିବାର ଦେଖାଯାଇଥିଲା | ଏହି ଫଟୋଗୁଡ଼ିକୁ ପାର୍କ ରେଞ୍ଜର ରିଚାର୍ଡ ସୋରି କ୍ଲିକ୍ କରି ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିଥିଲେ ପରେ ଚିତ୍ରଗୁଡ଼ିକ କ୍ରୁଗର ନ୍ୟାସନାଲ ପାର୍କର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ କରାଯାଇଥିଲା ।

ABOUT THE AUTHOR

...view details