ଲାଗୋସ୍: ନାଇଜେରିଆର ସୋକୋଟାର ଗୋରାନିଓ ଗ୍ରାମର ଏକ ବଜାରରେ ଏକ ଡକାୟତ ଗ୍ୟାଙ୍ଗ ଆଖିବୁଜା ଗୁଳିଚାଳନା କରିଛି । ଏଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ନିକଟରୁ ସୂଚନା ମିଳିଛି ।
ବଜାରରେ ଲୋକଙ୍କ ଭିଡ ଜମି ଥିବାବେଳେ ପାଖାପାଖି ୨୦୦ ଜଣ ଡକାୟତଙ୍କ ଏକ ଗ୍ୟାଙ୍କ ପହଞ୍ଚି ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୪୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି । ତେବେ ନାଇଜେରିଆରେ ଏପରି ଆକ୍ରମଣ ବାରମ୍ବାର ଦେଖିବାକୁ ମିଳୁଛି ।