ଓଡିଶା

odisha

By

Published : Feb 13, 2022, 6:12 PM IST

ETV Bharat / international

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ କେନିଆ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପୂର୍ବତନ କେନିଆ ପ୍ରଧାନମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ କେନିଆ ପ୍ରଧାନମନ୍ତ୍ରୀ, ଆୟୁର୍ବେଦକୁ କଲେ ପ୍ରଶଂସା
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ କେନିଆ ପ୍ରଧାନମନ୍ତ୍ରୀ, ଆୟୁର୍ବେଦକୁ କଲେ ପ୍ରଶଂସା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ପୂର୍ବତନ କେନିଆ ପ୍ରଧାନମନ୍ତ୍ରୀ ରାଏଲା ଓମୁଲୁ ଓଡିଙ୍ଗା । ଆଜି ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଛି । ପୂର୍ବତନ କେନିଆ ମୁଖ୍ୟ ନିଜର ବ୍ୟକ୍ତିଗତ କାରଣ ପାଇଁ ଭାରତ ଗସ୍ତରେ ଅଛନ୍ତିି । ସାକ୍ଷାତ ବେଳେ ଗତ ଦଶନ୍ଧି ଧରି ଉଭୟ ନେତାଙ୍କ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ଉଭୟଙ୍କ ମଧ୍ୟରେ ୨୦୦୮ ରୁ ସୁସମ୍ପର୍କ ରହିଆସିଛି । ଉଭୟ ନେତା ୩ ବର୍ଷ ପରେ ପରସ୍ପର ସହ ସାକ୍ଷାତ କରିବାର ଅବସର ପାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ସେହିପରି ଉଭୟଙ୍କ ଶାସନରେ ଦୁଇ ଦେଶ ମଧ୍ୟରେ ସୃଷ୍ଟିି ହୋଇଥିବା ଦ୍ବିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ଉଭୟ ଆଲୋଚନା କରିଥିଲେ ।

୨୦୦୯ ଓ ୨୦୧୨ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆୟୋଜିତ 'Vibrant Gujarat Summit'ରେ କେନିଆର ଅଂଶଗ୍ରହଣକୁ ମଧ୍ୟ ସ୍ମରଣ କରିଥିଲେ ମୋଦି । ସେହିପରି ଦୁଇ ନେତାଙ୍କ ମଧ୍ୟରେ ଅନ୍ୟ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଛି । ଭାରତ-କେନିଆ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡିଙ୍ଗାଙ୍କ ସ୍ୱାସ୍ଥ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details