କାଇରୋ: ଇଜିପ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାରେ 28 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଟେକ୍ସଟାଇଲ ଶ୍ରମିକଙ୍କ ସମେତ ଅନେକ ଏସୀୟ ପର୍ଯ୍ୟଟକ ଅଛନ୍ତି ।
ଇଜିପ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 28 ମୃତ - Egypt road accident
ଇଜିପ୍ଟର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ 28 ମୃତ ନେଇ ସୂଚନା । ମୃତକଙ୍କ ମଧ୍ୟରେ ଅନେକ ଏସୀୟ ପର୍ଯ୍ୟଟକ ରହିଛନ୍ତି ।
![ଇଜିପ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 28 ମୃତ Egypt](https://etvbharatimages.akamaized.net/etvbharat/prod-images/768-512-5527613-thumbnail-3x2-cairo.jpg)
ଇଜିପ୍ଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 28 ମୃତ
ଗୋଟିଏ ବସ ଟେକ୍ସଟାଇଲ ଶ୍ରମିକଙ୍କୁ ନେଇ ଯାଉଥିବାବେଳେ କାର ସହ ଧକ୍କା ହୋଇଥିଲା । ଏହା ପୂର୍ବରୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଆଉ 2ଟି ବସ ଗୋଟିଏ କାର ସହ ଟ୍ରକ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଛି । ଇଜିପ୍ଟରେ ସଡକ ଦୁର୍ଘଟଣା ଏକ ସାଧାରଣ କଥା ହୋଇଥିବାବେଳେ 2018ରେ 8,480ଟି ଦୁର୍ଘଟଣା ହୋଇଥିଲା ।