ଓଡିଶା

odisha

ETV Bharat / international

ଆଫ୍ରିକାରେ ଡୋଗନ ଆଟାକ୍‌, 130 ମୃତ - ଆଫ୍ରିକାରେ ଆକ୍ରମଣ

ଡୋଗନ ଗ୍ରୁପ ପଶ୍ଚିମ ଆଫ୍ରିକାର ଏକ ଭୟଙ୍କର ଆଦିମ ଅଧିବାସୀ ଜାତି। ଏମାନେ ଅନେକ ସମୟରେ ଆଫ୍ରିକାର ସୀମାରେ ଥିବା ଗାଁ ଉପରେ ଆକ୍ରମଣ କରିଥାନ୍ତି ।

ଫାଇଲ ଫଟୋ

By

Published : Mar 25, 2019, 10:39 AM IST

ମାଲି(ପଶ୍ଚିମ ଆଫ୍ରିକା): ‌କେନ୍ଦ୍ରୀୟ ମାଲିରେ ଭୟଙ୍କର ଆକ୍ରମଣ ହୋଇଛି। ଡୋଗନ ଗ୍ରୁପର ଉଗ୍ରବାଦୀ ଏହି ଆକ୍ରମଣ କରିଛନ୍ତି । ଫଳରେ ଏଥିରେ ଗୋଟିଏ ଗାଁର 115 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସରକାରୀ ସୂଚନାନୁସାରେ ଶନିବାର ଏହି ଆକ୍ରମଣ ବଙ୍କାସ ଜିଲ୍ଲାର ଓଗୋସାଗୋଉ ଗ୍ରାମରେ ହୋଇଛି। ତେବେ ଘଟଣାସ୍ଥଳରୁ 134ଟି ଶବ ଉଦ୍ଧାର ହୋଇଥିବା ସୂଚନା ରହିଛି । ଏଥିରୁ 115 ଜଣ ଉକ୍ତ ଗ୍ରାମର ବୋଲି ଚିହ୍ନଟ ହୋଇଛି । ଏମାନଙ୍କ ବ୍ୟତୀତ 51 ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଶନିବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ଗ୍ରାମ ମୁଖିଆ ମଧ୍ୟ ପ୍ରାଣ ହରାଇଛନ୍ତି। ଏହାସହ ମୃତକଙ୍କ ମଧ୍ୟରେ ଗର୍ଭବତୀ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତି ଥିବା ଜଣାପଡିଛି । ଫୁଲାନି ବାସିନ୍ଦାଙ୍କ ଉପରେ ଡୋଗନ ଗ୍ରୁପ ଏହି ଆକ୍ରମଣ କରିଥିଲା । ଡୋଗନ ଗ୍ରୁପ ପଶ୍ଚିମ ଆଫ୍ରିକାର ଏକ ଭୟଙ୍କର ଆଦିମ ଅଧିବାସୀ ଜାତି । ଏମାନେ ଅନେକ ସମୟରେ ଆଫ୍ରିକାର ସୀମାରେ ଥିବା ଗାଁ ଉପରେ ଆକ୍ରମଣ କରିଥାନ୍ତି।

ଏହି ଆକ୍ରମଣ ସମୟରେ ଡୋଗନ ଆକ୍ରମଣକାରୀ ବଡ ବଡ ଛୁରୀ, ଶାବଳ ଓ ଧନୁ ତୀର ବ୍ୟବହାର କରିଥିଲେ ବୋଲି ସୂଚନା ରହିଛି । ଘଟଣାରେ ମିଳିତ ଜାତିସଙ୍ଘ ଉଦବେଗ ପ୍ରକାଶ କରିବା ସହ ଏହାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନରେ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଜିଲ୍ଲାରେ ସବୁବେଳେ ଗୋଷ୍ଠୀ ସଙ୍ଘର୍ଷ ଚାଲିଥାଏ।

ABOUT THE AUTHOR

...view details