ଓଡିଶା

odisha

ETV Bharat / international

ବୁର୍କିନା ଫାସୋରେ ଆତଙ୍କବାଦୀଙ୍କ ଆକ୍ରମଣ, ୪୭ ମୃତ

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪୭ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

By

Published : Aug 19, 2021, 12:32 PM IST

ବୁର୍କିନା ଫାସୋରେ ଆତଙ୍କବାଦୀଙ୍କ ଆକ୍ରମଣ, ୩୦ ନାଗରିକ ମୃତ
ବୁର୍କିନା ଫାସୋରେ ଆତଙ୍କବାଦୀଙ୍କ ଆକ୍ରମଣ, ୩୦ ନାଗରିକ ମୃତ

ୱାଗାଡୁଗୁ:ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ବୁଧବାର ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଆକ୍ରମଣରେ ୪୭ ଜଣଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ୧୭ ଜଣ ସୈନିକ ଥିବା ବେଳେ ୩୦ ଜଣ ନାଗରିକ ରହିଛନ୍ତି । ତେବେ ଏ ସମ୍ପର୍କରେ ବୁର୍କିନା ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଏହି ଆକ୍ରମଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ । କିନ୍ତୁ ଅଲ-କାଏଦା ଓ ଇସଲାମୀ ରାଜ୍ୟର ଆତଙ୍କବାଦୀ ସଙ୍ଗଠନ ଏହି ପଶ୍ଚିମ ଆଫ୍ରିକୀୟ ଦେଶ ଉପରେ ପୂର୍ବରୁ ଲଗାତାର ଭାବରେ ଆକ୍ରମଣ କରିଥାନ୍ତି । ଏହି ଆକ୍ରମଣରେ ସେନା ଓ ସ୍ବେଚ୍ଛାସେବୀ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣର ୧ ସପ୍ତାହ ପୂର୍ବରୁ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଆକ୍ରମଣରେ ୧୨ ଜଣ ନାଗରିକ ପ୍ରାଣ ହରାଇଥିଲେ ।

ଦେଶରେ ନାଗରିକଙ୍କୁ ସେନା ସୁରକ୍ଷା ଯୋଗାଇବା ସତ୍ତ୍ବେ ଆତଙ୍କବାଦୀ ସଙ୍ଗଠନ ଆକ୍ରମଣ କରି ସଫଳ ହୋଇଛନ୍ତି । ତେବେ ଏହା ଦ୍ବାରା ସଙ୍ଗଠନ ନିଜ କ୍ଷମତା ଦେଖାଇଛି ବୋଲି ମୋରକ୍କୋଠାରେ ଥିବା 'ପଲିସି ସେଣ୍ଟର ଫର ଦ ନ୍ୟୁ ସାଉଥ'ର ବରିଷ୍ଠ କର୍ମୀ ଲ୍ୟାମୁରୀ କହିଛନ୍ତି । ଦେଶରେ ସୁରକ୍ଷାକର୍ମୀ କେଉଁଠାରେ ଅଛନ୍ତି ଓ ସେ କେଉଁ ପଥ ଦେଇ ନାଗରିକଙ୍କ ଉପରେ ଆକ୍ରମଣ କରିପାରିବେ, ଏ ସମ୍ପର୍କରେ ଏହି ଆତଙ୍କବାଦୀ ସଙ୍ଗଠନ ଜାଣିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ସୂଚନା ଥାଉ କି ବୁର୍କିନା ଫାସୋ ଉପରେ ନିୟମିତ ଭାବେ ଜିହାଦୀମାନେ ଆକ୍ରମଣ କରିଆସୁଛନ୍ତି । ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକ୍ରମଣରେ ପ୍ରାୟ ଦେଶର ୧ ହଜାର ନାଗରିକଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀମାନେ ବାଇକରେ ଆସି ନାଗରିକଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details