ଓଡିଶା

odisha

ETV Bharat / international

ସେନା କାର୍ଯ୍ୟାନୁଷ୍ଠାନରେ ଗଡିଲା 20 ଆତଙ୍କୀ ମୁଣ୍ଡ - lagos

ଆଫ୍ରିକା ମହାଦେଶର ମଧ୍ୟ ଭାଗରେ ଅବସ୍ଥିତ ଦେଶରେ ମଲ୍ଟିନେସନାଲ ଜଏଣ୍ଟ ଟାସ୍କଫୋର୍ସ(ଏମଏନଜେଟିଏଫ) ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ 20 ଆଇଏସ ଆତଙ୍କବାଦୀ ନିହତ ହୋଇଛନ୍ତି।

ପ୍ରତୀକାତ୍ମକ ଫଟୋ

By

Published : Jun 4, 2019, 2:32 PM IST

ଲାଗୋସ: ଆଫ୍ରିକୀୟ ଦେଶ ନାଇଜେରିଆରେ ସେନାବାହିନୀ ପକ୍ଷରୁ କରାଯାଇଥିବା ଆତଙ୍କବାଦୀ ବିରୋଧି ଅଭିଯାନରେ ମିଳିଛି ଜବରଦସ୍ତ ସଫଳତା । ଏଠାକାର ମଲ୍ଟିନେସନାଲ ଜଏଣ୍ଟ ଟାସ୍କଫୋର୍ସ(ଏମଏନଜେଟିଏଫ) ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ 20 ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଭିଯାନରେ 4 ସୁରକ୍ଷାକର୍ମୀ ଆହତ ହୋଇଥିବାର ଖବର ମିଳିଛି।

ସୋମବାର ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ନାଇଜେରିଆ ସେନାବାହିନୀର ମୁଖପାତ୍ର ଟିମୋଥି ଆଣ୍ଟିଘା କହିଛନ୍ତି ଦେଶର ଚାଦ୍ ହ୍ରଦ ନିକଟବର୍ତ୍ତୀ ଆରେଗା, ମାଲକୋନୋରି ଏବଂ ଟୁମବୁମ୍ ରେଗୋ ଅଞ୍ଚଳରେ ଏମଏନଜେଟିଏଫ ପକ୍ଷରୁ ଆଇଏସ ଆତଙ୍କବାଦ ବିରୋଧି ଅଭିଯାନ କରାଯାଇଥିଲା । ଏହି ଅପରେସନ ଚାଲିଥିବା ସମୟରେ 4 ସୁରକ୍ଷାକର୍ମୀ ଆହତ ହେବାରୁ ସେମାନଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା ।

ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ ମଧ୍ୟ ଆଫ୍ରିକାରେ ଅବସ୍ଥିତ ଥିବା ରାଷ୍ଟ୍ରରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛି। ସେମାନଙ୍କୁ ନାଇଜେରିଆ, ନାଇଜର, ଚାଦ, କ୍ୟାମେରୁନ ପ୍ରଭୂତି ଦେଶର ସେନାବାହିନୀ ମଲ୍ଟିନେସନାଲ ଜଏଣ୍ଟ ଟାସ୍କଫୋର୍ସ(ଏମଏନଜେଟିଏଫ) ଏକ ମିଳିତ ସେନା ଗଠନ କରିଛନ୍ତି ।

ବେଶ କିଛି ବର୍ଷ ଧରି ଉତ୍ତର, ପୂର୍ବ ଏବଂ ମଧ୍ୟ ଆଫ୍ରିକାରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଏହାର ମୁକାବିଲା କରିବାକୁ ଯାଇ ଅନେକ ଆଫ୍ରିକୀୟ ରାଷ୍ଟ୍ର ଆତଙ୍କବାଦୀ ବିରୋଧି ଅଭିଯାନକୁ ଜୋରଦାର କରିଛନ୍ତି। ଏପରି ପଦକ୍ଷେପକୁ ମିଳିତ ଜାତିସଂଘ ସମେତ ଅନେକ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି।

ABOUT THE AUTHOR

...view details