ବାମାକୋ: ପଶ୍ଚିମ-ଆଫ୍ରିକୀୟ ଦେଶ ମାଲିରେ ରବିବାର ରାତିରେ ଅଜଣା ଆତତାୟୀଙ୍କ ଗୁଳିମାଡରେ ପ୍ରାୟ ୯୫ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ମାଲିୟାନରେ ଡୋଗୋନ ସମୁଦାୟ ରହୁଥିବା ଏକ ଗାଁରେ ଘଟିଛି ଗୁଳିକାଣ୍ଡ । କିଛି ନିର୍ଦ୍ଦିଷ୍ଟ ଜିହାଦୀ ସମୁଦାୟ ସମଗ୍ର ଗାଁକୁ ଘେରିଯାଇ କରିଥିଲେ ଆକ୍ରମଣ । ପ୍ରାୟ 50ଟି ବାଇକରେ ବନ୍ଧୁକଧାରୀ ମାନେ ଗାଁରେ ପହଞ୍ଚି ଶିଶୁ ଠୁ ମହିଳା କାହାକୁ ମଧ୍ୟ ଛାଡି ନଥିଲେ ।
ମାଲିରେ ନରସଂହାର, ୯୫ ମୃତ
ପଶ୍ଚିମ-ଆଫ୍ରିକୀୟ ଦେଶ ମାଲିରେ ଗତକାଲି ରାତିରେ ଅଜ୍ଞାତ ଆତତାୟୀଙ୍କ ଗୁଳିବର୍ଷଣରେ ୯୫ ଜଣଙ୍କର ମୃତ୍ୟୁ ହୋଇଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
କୁଣ୍ଡୋ ଜିଲ୍ଲାର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 95 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ ଚାଲିଛି । ସେପଟେ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ୧୯ ଜଣ ନିଖୋଜ ଥିବା ଏକ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି ।