ଭୁବନେଶ୍ବର: ଶରତ ଋତୁର ଆଗମନରେ ଧରାବତରଣ କରୁବେ ଦୁର୍ଗତୀ ନାଶିନୀ ମା ଦୁର୍ଗା । ମୃଣ୍ମୟୀ ମୂର୍ତ୍ତୀରେ ତୂଳୀଧରି ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି ଶିଳ୍ପୀ । ସମଗ୍ର ରାଜଧାନୀ ଚଳଚଞ୍ଚଳ ହୋଇପଡିଥିବା ବେଳେ ବିଭିନ୍ନ ସାଜସଜ୍ଜାରେ ସଜେଇ ହେଉଛି ପୂଜା ମଣ୍ଡପ ।
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର ପ୍ରମୁଖ ପୂଜା ମଣ୍ଡପ ମାନଙ୍କରେ ଦେବୀ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀ ମାନଙ୍କ ଦେହରେ ରଙ୍ଗ ଲାଗି ହେଉଛି । ଶିଳ୍ପୀ କଳାକାର ମାଙ୍କ ମୂର୍ତ୍ତୀରେ ହାତ ତିଆରି ରଙ୍ଗକୁ ଲେପ ଦେବାରେ ଲାଗିଛନ୍ତି । ଏହି ରଙ୍ଗ ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥିବାବେଳେ କୌଣସି କେମିକାଲ ମିଶ୍ରିତ ହୋଇ ନାହିଁ । ମାଟି ଅନୂକୁଳ ହେବା ଠାରୁ ଆରମ୍ଭ ହୋଇତାଏ ମାଙ୍କ ମୂର୍ତ୍ତୀ ତିଆରି କାମ । ପରେ କେଉଁ ଦେବାଦେବୀଙ୍କ ଦେହରେ କି ପ୍ରକାରର ରଙ୍ଗ ବ୍ୟବହାର କରଯିବ ସେ ନେଇ ମଧ୍ୟ ଧ୍ୟାନ ଦେଇଥାନ୍ତି ଏହି କାରିଗର ।
ତେବେ ରଙ୍ଗ ଲାଗି ପରେ ଦେବୀଙ୍କ ଦେହରେ ବସ୍ତ୍ର ଲାଗି କରାଯିବ । ଅଳଙ୍କାର ସହ ସମସ୍ତ ଦେବା ଦେବୀଙ୍କ ଶରୀରରେ ସୁନା ଓ ରୂପାର ଅଳଙ୍କାରକୁ ସ୍ଥାନୀତ କରାଯିବ । ପରେ ବିଘ୍ନ ବିନାଶିନୀ ମା ଭକ୍ତଙ୍କ ସମ୍ମୁଖରେ ଶୋଭା ପାଇବେ । ବିଶେଷକରି ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ ରସୁଲଗଡ, ବମିଖାଲ, ନୟାପଲ୍ଲୀ, ବରମୁଣ୍ଡା ଓ ସହୀଦନଗର ପୂଜା ମଣ୍ଡପରେ ରଙ୍ଗକୁ ନେଇ ଅତି ନଜର ରଖିଛନ୍ତି ।
ଦେବାଦେବୀଙ୍କ ରଙ୍ଗଲାଗି ସାଙ୍ଗକୁ ଅଳଙ୍କାର ମଧ୍ୟ ବେଶ ଶୋଭା ବର୍ଦ୍ଧନ ଦେଇଥାଏ । ନୂଆ ପାଟଶାଢୀ ସାଙ୍ଗକୁ ସୁନା ଚାନ୍ଦିର ଅଳଙ୍କାର ମଧ୍ୟ ଆକର୍ଷଣ କରିଥାଏ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରଙ୍ଗ ଉପରେ ଅତି ଗୁତୁତ୍ବ ଦିଆଯାଇଥିବା କୁହନ୍ତି ପୂଜା ମଣ୍ଡପର ସଦସ୍ୟ । ରଙ୍ଗରେ ଯେପରି କୌଣସି ପ୍ରକାରର କେମିକାଲ ମିଶ୍ରଣ କରାନଯାଏ ସେଥିପ୍ରତି ବିଶେଷ ଭାବରେ ଧ୍ୟାନ ମଧ୍ୟ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ