ଓଡିଶା

odisha

ETV Bharat / headlines

ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସର ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଜାହ୍ନବୀ - ଜାହ୍ନବୀ ପଟ୍ଟନାୟକ ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019

ଜାତୀୟ ସ୍ତରରେ ପୁଣି ଓଡ଼ିଆ ଝିଅଙ୍କ କମାଲ । ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ହୋଇ ଓଡିଶା ଫେରିଲେ ଭୁବନେଶ୍ବର ଝିଅ ଜାହ୍ନବୀ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Nov 1, 2019, 3:55 PM IST

ଭୁବନେଶ୍ବର: ଦିନକୁ ଦିନ ଓଡ଼ିଶାର ଝିଅ ଓ ମହିଳା ଜାତୀୟ ସ୍ତରରେ ହେଉ ଅବା ଅନ୍ତର୍ଜାତୀୟ ସ୍ତର ରାଜ୍ୟର ନାଁକୁ ଗର୍ବିତ କରିବାରେ ଲାଗିଛନ୍ତି । ବିଜୟର ବାନା ଉଡାଇ ଓଡ଼ିଶା ପାଇଁ ଗୌରବ ଆଣୁଛନ୍ତି । ଠିକ ସେଭଳି ଓଡିଶା ମାଟିର ଆଉ ଜଣେ ଝିଅ ଜାହ୍ନବୀ ପଟ୍ଟନାୟକ ମିସ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ 2019 ର ବିଜେତା ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିଛିଦିନ ତଳେ ରାଜସ୍ଥାନର ଜୟପୁରରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ଏକ ଫେସନ ଶୋରେ ସମସ୍ତଙ୍କୁ ମାତ୍ ଦେଇ ବିଜୟର ମୁକୁଟ ପିନ୍ଧିଛନ୍ତି ଜାହ୍ନବୀ । ସେହିପରି ସେ ଓଡିଶାରେ ମଧ୍ୟ ଅନେକ ଝିଅଙ୍କୁ ପଛରେ ପକାଇ ଏହି ଶୋ ପାଇଁ ଚୟନ ହୋଇ ରାଜସ୍ଥାନ ଯାତ୍ରା କରିଥିଲେ । ଆଗକୁ ରାଜ୍ୟ ଓ ଦେଶ ପାଇଁ ଅନେକ ଗୌରବ ଆଣିବାର ଲକ୍ଷ୍ୟ ରଖିଛନ୍ତି ସେ । ଏହା ସହ ସେ ନିଜ ବିଜୟର ଶ୍ରେୟ ଗୁରୁ ଶାଶ୍ବତ ଯୋଶୀଙ୍କୁ ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details