ଓଡିଶା

odisha

ETV Bharat / headlines

ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦରେ ଉପବାଚସ୍ପତି - deputy speaker rajanikant singh controversy

କହୁକହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ଠାକୁର ବୋଲି କହିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୋଳରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାଗତ ଭାଷଣ ଦେବା ବେଳେ ଉପବାଚସ୍ପତି ଏଭଳି ଏକ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦରେ ଉପବାଚସ୍ପତି
ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦରେ ଉପବାଚସ୍ପତି

By

Published : Nov 21, 2021, 4:13 PM IST

ଅନୁଗୋଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ( CM naveen pattnaik)ଙ୍କୁ ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି କହି ବିବାଦରେ ଛନ୍ଦି ହୋଇଯାଇଛନ୍ତି ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ (deputy speaker rajanikant singh) । ଗତ ଶନିବାର ଅନୁଗୋଳ ଷ୍ଟାଡିୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ୍‌ ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ସ୍ବାଗତ ଭାଷଣ ଦେଇ ରଜନୀକାନ୍ତ ସିଂ(rajanikant singh) ମୁଖ୍ୟମନ୍ତ୍ରୀଙ୍କୁ ନେଇ କିଛି ଏଭଳି ବୟାନବାଜି କରିଥିଲେ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦରେ ଉପବାଚସ୍ପତି

ଏହାକୁ ନେଇ ବିରୋଧୀ କଡ଼ ସମାଲୋଚନା କରିଛନ୍ତି। ଜଣେ ଜୀବିତ ଲୋକକୁ ଠାକୁର ବୋଲି କହିବା ଦେବଦେବୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ନେତାଏ । ଓଡ଼ିଶାର ଠାକୁର କହିଲେ ମହାପ୍ରଭୁ ଜଗନ୍ନାଥଙ୍କୁ ରାଜ୍ୟବାସୀ ଜାଣନ୍ତି । କିନ୍ତୁ ନବୀନଙ୍କୁ ଠାକୁରଙ୍କ ସହ ତୁଳନାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ।

ରଜନୀକାନ୍ତ ସିଂହ କହିଥିଲେ ଯେ, "ଆଜି ଅନୁଗୋଳକୁ ଆମ ମୁଖ୍ୟମନ୍ତ୍ରୀ ଆସିଛନ୍ତି । ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଠାକୁର ବୋଲି ଆମେ ଯାହାକୁ ମାନୁଛନ୍ତି, ସେ ଆଜି ଅନୁଗୋଳ ମାଟିରେ ପାଦ ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ଏଠାକୁ ଆସିବା ଆମ ପାଇଁ ଏକ ଗୌରବର କଥା।"


ସଭା ମଞ୍ଚ ଉପରେ ଉପବାଚସ୍ପତିଙ୍କ ଏଭଳି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏନେଇ ଢେଙ୍କାନାଳ ସାଂସଦଙ୍କୁ ପଚାରିବାରୁ ସେ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details