ଭୁବନେଶ୍ବର:ବାଲେଶ୍ବର ଏମ୍ସ ଓପିଡିରେ ଆରମ୍ଭ ହେବ ସେବା । କୋରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ବାଲେଶ୍ବର ଏମ୍ସ ସାଟେଲାଇଟ ବହି ର୍ବିଭାଗ (ଓପିଡି) ଆସନ୍ତା ୧୬ରୁ ପୁଣି ଖୋଲିବ । ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସପ୍ତାହର କେବଳ ପ୍ରତି ଶନିବାର ଓପିଡି ଖୋଲିବ ।
ଦୁଇବର୍ଷ ପରେ ପୁଣି ସ୍ବାଭାବିକ ହେବ ଓପିଡି ସେବା । କୋରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ଏମ୍ସ ବାଲେଶ୍ବର ସାଟେଲାଇଟ ବହିର୍ବିଭାଗ (ଓପିଡି) ଆସନ୍ତା ୧୬ରୁ ପୁଣି ଖୋଲିବ। ସପ୍ତାହର କେବେଳ ଗୋଟିଏ ଦିନ ପ୍ରତି ଶନିବାର ଓପିଡି ଖୋଲିବ । ପରବର୍ତ୍ତୀ ଶନିବାର ଆଉ ତିନୋଟି ଲେଖାଏଁ ବିଭାଗରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ପ୍ରଥମ ଶନିବାର ଶଲ୍ୟ, ଅନ୍ତଃସ୍ରାବ ଏବଂ ଚର୍ମ ବିଭାଗ ରୋଗ ଉପରେ ରୋଗୀଙ୍କୁ ଚିକିତ୍ସା କରାଯିବ। ଏମ୍ସ ଭୁବନେଶ୍ବରରୁ ଡାକ୍ତର ବାଲେଶ୍ଵର ସାଟେଲାଇଟକୁ ଆସି ରୋଗୀ ଚିକିତ୍ସା କରିବେ।