ଓଡିଶା

odisha

ETV Bharat / entertainment

Tribute To Singer KK: କଳାରେ ବଞ୍ଚି ରହିବେ KK

କିଛି ଲୋକ କଳାରେ ବଞ୍ଚନ୍ତି, କିଛି ସ୍ମୃତିରେ ସାଇତା ହୋଇ ରହନ୍ତି ଆଉ କେତେକଙ୍କ ଅନୁପସ୍ଥିତି ନା ପୂରଣ କରିହୁଏ ନା ମନରୁ ପାସୋରି ହୁଏ । ଏପରି କିଛି କିଛି ଲୋକଙ୍କ ଭିତରୁ କଣ୍ଠଶିଳ୍ପୀ କିଷ୍ଣକୁମାର କୁନ୍ନଥ ଓରଫ କେକେ ଅନ୍ୟତମ । କୋଲକାତାର ଏକ ଲାଇଭ କନସର୍ଟରେ ଗୀତ ଗାଉ ଗାଉ ହୃଦଘାତରେ ଚାଲି ଯାଇଛନ୍ତି କେକେ । ହେଲେ ତାଙ୍କ ପ୍ରତିଟି ସଙ୍ଗୀତକୁ ଗୁଣୁଗୁଣାଉଛନ୍ତି ପ୍ରଶଂସକ । ଶରୀର ଲୀନ ହୋଇଯାଇଛି ସତ, ହେଲେ ସେ କୁହୁକ କଣ୍ଠର ମୃତ୍ୟୁ ନାହିଁ, ଯେବେ ତାଙ୍କ ସଙ୍ଗୀତ ଶୁଭୁଥିବ କେକେ ମନେ ପଡୁଥିବେ ।

Tribute To Singer KK: କଳାରେ ବଞ୍ଚି ରହିବେ କେକେ
Tribute To Singer KK: କଳାରେ ବଞ୍ଚି ରହିବେ କେକେ

By

Published : Jun 2, 2022, 8:54 PM IST

ହାଇଦ୍ରାବାଦ: କିଛି ଲୋକ କଳାରେ ବଞ୍ଚନ୍ତି, କିଛି ସ୍ମୃତିରେ ସାଇତା ହୋଇ ରହନ୍ତି ଆଉ କେତେକଙ୍କ ଅନୁପସ୍ଥିତି ନା ପୂରଣ କରିହୁଏ ନା ମନରୁ ପାସୋରି ହୁଏ । ଏପରି କିଛି କିଛି ଲୋକଙ୍କ ଭିତରୁ କଣ୍ଠଶିଳ୍ପୀ କିଷ୍ଣକୁମାର କୁନ୍ନଥ ଓରଫ କେକେ ଅନ୍ୟତମ । ଆଁଖୋ ମେଁ ତେରି ଅଜବସି ଆଦାୟେଁ, ଜରା ସା ଦିଲ ମେଁ ଦେ ଜଗାଃ ତୁ ଜରା ସା ଅପନା ଲେ ବନା, ଖୁଦା ଜାନେ କେ ମେଁ ଫିଦା ହୁଁ, ଦିଲ୍ ଇବାଦତ କର ରାହା ହେ ଧଡକନେ ମେରି ସୁନ... ଏ ସବୁ କେବଳ ଗୋଟିଏ ଗୋଟିଏ ସଂଗୀତ ନୁହେଁ, ଏକ କଣ୍ଠର ପରିଚୟ । ଆଉ ସେ କଣ୍ଠ ହେଉଛି କେକେଙ୍କର ।

Tribute To Singer KK: କଳାରେ ବଞ୍ଚି ରହିବେ କେକେ

ଖୁବ୍ କମ୍ ଲୋକ ତାଙ୍କୁ ଜାଣିଥିବେ କିନ୍ତୁ ଏମିତି କେହି ନ ଥିବେ ଯିଏ ତାଙ୍କ କଣ୍ଠକୁ ଶୁଣିନଥିବ, ତାଙ୍କ ସଙ୍ଗୀତରେ ବିମୋହିତ ହୋଇନଥିବ । ତାଙ୍କ ଗୀତରେ ଅନେକଙ୍କୁ ଝୁମେଇଥିଲେ, ହଜେଇଥିଲେ । ହେଲେ ହଠାତ୍ କନ୍ଦାଇଦେଲେ । କୋଲକାତାର ଏକ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁ କରୁ ଆରପାରିକୁ ଚାଲିଯାଇଛନ୍ତି କେକେ । ଗାୟକ ଗାଉ ଗାଉ ଚାଲିଗଲେ ବୋଲି ସବୁଠି ହୁରି ପଡିଛି । ମେ' 31, 2022 ରାତି ପ୍ରାୟ 12 ପାଖାପାଖି, କୋଲକାତାର ନଜରୁଲ ମଞ୍ଚରେ ଏକ କଲେଜ ଫେଷ୍ଟ ପାଇଁ ସଙ୍ଗୀତ ପରିବେଷଣ କରୁଥାନ୍ତି କେକେ । ହଠାତ୍ ଛାତି ଯନ୍ତ୍ରଣା କାରଣରୁ ବିଶ୍ରାମ ପାଇଁ ହୋଟେଲ ଚାଲିଯାଆନ୍ତି । କିନ୍ତୁ ଯନ୍ତ୍ରଣା ନ କମିବାରୁ ଉପସ୍ଥିତ ଲୋକେ ତାଙ୍କୁ ଡାକ୍ତରଖାନା ନେଇଯାଆନ୍ତି । ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ କେକେଙ୍କ ପିଣ୍ଡରୁ ପ୍ରାଣ ଚାଲିଯାଏ ।

23 ଅଗଷ୍ଟ 1968 ମସିହାରେ ଦିଲ୍ଲୀର ଏକ ମାଲୟାଲି ପରିବାରରେ କେକଙ୍କ ଜନ୍ମ । ଗାୟକ ହିଁ ତାଙ୍କ ପରିଚୟ । ହିନ୍ଦି ତାମିଲି ଭଳି 10ଟି ଭାଷାରେ ଗୀତ ଗାଇଛନ୍ତି । 1999 ରେ ଏ.ଆର ରେହମାନ କମ୍ପୋଜ 'ପଲ୍' ଏବଂ 'ୟାରୋଁ'ରୁ ପରିଚିତ ହୁଅନ୍ତି କେକେ, ଯାହା ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଡେବ୍ୟୁ ଥିଲା । ସମାନ ବର୍ଷ ମଧ୍ୟ କ୍ରିକେଟ ବିଶ୍ବକପ ପାଇଁ କେକେଙ୍କ 'ଜୋଶ ଅଫ୍ ଇଣ୍ଡିଆ' ତାଙ୍କ କ୍ୟାରିୟରରେ ଜୋଶ ଭରିଥିଲା । ସେବେଠୁ ପଛକୁ ଫେରି ନାହାଁନ୍ତି କେକେ । ହମ୍ ଦିଲ୍ ଦେ ଚୁକେ ହେ ସନମ, କ୍ୟା ମୁଝେ ପ୍ୟାର ହେ, ପିୟା ଆଏ ନା, ତୁ ଜୋ ମିଲା, ତଡପ ତଡପ, ଜିନ୍ଦେଗୀ ଦୋ ପଲ କି, ହମ୍ ଇଣ୍ଡିଆ ୱାଲେ ଭଳି ଗୋଟିଏ ପରେ ଗୋଟିଏ ବଲିଉଡରେ ହିଟ୍ ଭେଟି ଦେଇଥିଲେ ।

ସେହିପରି ଟେଲିଭିଜନ ସିରିଏଲ ଜଷ୍ଟ ମହବତ ଏବଂ ସାକାଲାକା ବୁମ୍ ବୁଲ୍ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମରେ କଣ୍ଠର ଜାଦୁ ରହିଛି । ସେ 6ଟି ଫିଲ୍ମ ଫେୟାର ଆୱାର୍ଡ୍ସରେ ନୋମିନେଟ ହେବା ସହ ଫିଲ୍ମ ଫେୟାର ସାଉଥ୍ ବିଜେତା ହୋଇଛନ୍ତି । ସେହିପରି ଏକାଧିକ ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ପାଇଛନ୍ତି । ମୃତ୍ୟୁର ଦୁଇଦିନ ପରେ ଶେଷରେ ଆଜି ମୁମ୍ବାଇର ଭରଶୋଭା ମୁକ୍ତିଧାମ ଶ୍ମଶାନରେ ଅନ୍ତିମ ଦର୍ଶନ ପରେ କେକେଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପିଣ୍ଡରୁ ପ୍ରାଣ ଚାଲିଯାଇଛି ସତ, ଶରୀରକୁ ଅଗ୍ନୀ ନିଶ୍ଚିନ୍ନ କରିଦେଇଛି ସତ ହେଲେ ସେ କୁହୁକ କଣ୍ଠ ଆଉ କିମିଆ କଳାର ମୃତ୍ୟୁ ନାହିଁ । ଅନ୍ତ ନାହିଁ ସେ ଜାଦୁର, ପ୍ରଶଂସକଙ୍କ ଗହଣରେ ସ୍ମୃତିହୋଇ ଜିଇଁରହିବେ...

ABOUT THE AUTHOR

...view details