ମୁମ୍ବାଇ: ବଲିଉଡ ବର୍ଷିୟାନ ଅଭିନେତା ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫ 58 ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ଏହି ମାମଲାରେ ସେ ମୁମ୍ବାଇର ସାଣ୍ଟାକ୍ରୁଜ ପୋଲିସ ଷ୍ଟେସନରେ ଠକେଇ ମାମଲା ରୁଜୁ କରିଛନ୍ତି। ଆଲାନ୍ ଫର୍ଣ୍ଣାଣ୍ଡିସ୍ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆୟେଶା ମାମଲା କରିଛନ୍ତି । ଏହି ମାମଲାରେ ପୋଲିସ ଆଇପିସି ଧାରା 420, 408, 465, 467 ଏବଂ 468 ଅନୁଯାୟୀ ଆଲାନ ଫର୍ଣ୍ଣାଣ୍ଡିସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁମ୍ବାଇ ପୋଲିସ କହିଛି ଯେ ଏହି ଘଟଣାର ତଦନ୍ତ କରାଯାଉଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଆଲାନ୍ 2018ରେ MMA ମ୍ୟାଟ୍ରିକ୍ସ କମ୍ପାନୀରେ ଅପରେସନ୍ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ । MMA ମ୍ୟାଟ୍ରିକ୍ସ ଜିମ୍ ଟାଇଗର ଶ୍ରଫ୍ ଏବଂ ତାଙ୍କ ମା' ଆୟେଶାଙ୍କର ଅଟେ । ଟାଇଗର ଏବଂ ତାଙ୍କ ମା' ଏହି କମ୍ପାନୀର ଯୁଗ୍ମ ମାଲିକ । ହେଲେ ଟାଇଗର ତାଙ୍କ ସୁଟିଂରେ ବ୍ୟସ୍ତ ଥିବାରୁ ସେ କମ୍ପାନୀର କାମରୁ ଦୂରେଇ ରହିଥିଲେ । ଏହାର ସୁଯୋଗ ନେଇ ଆଲାନ ଫର୍ଣ୍ଣାଣ୍ଡିସ କମ୍ପାନୀ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଦେଶ ତଥା ବାହାରେ 11ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନାଁରେ ଅଭିଯୁକ୍ତ କମ୍ପାନୀକୁ ଚୁନା ଲଗାଇଥିବା ଆୟେଶା ଅଭିଯୋଗ କରିଛନ୍ତି ।
ଭାରତ ତଥା ଭାରତ ବାହାରେ 11ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଅଭିଯୁକ୍ତ କମ୍ପାନୀରୁ ବହୁ ଟଙ୍କା ନେଇଥିଲେ । ଡିସେମ୍ବର 2018ରୁ ଜାନୁଆରୀ 2023 ପର୍ଯ୍ୟନ୍ତ ଫି' ଭାବରେ କମ୍ପାନୀର ବ୍ୟାଙ୍କ୍ ଆକାଉଣ୍ଟରେ 58,53,591 ଟଙ୍କା ଜମା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏପର୍ଯ୍ୟନ୍ତ ଆୟେଶା ଶ୍ରଫଙ୍କ ପକ୍ଷରୁ ଏ ବିଷୟରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହା ପ୍ରଥମ ଘଟଣା ନୁହେଁ ଯେ ଆୟେଶା ପୂର୍ବରୁ ମଧ୍ୟ ଠକେଇ ମାମଲା ଦାଖଲ କରିଛନ୍ତି। 2015 ମସିହାରେ 2015 ମସିହାରେ ଆୟେଶା ଶ୍ରଫ ସାହିଲ ଖାନଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣି ମାମଲା ଦାଖଲ କରିଥିଲେ । ପରେ ଏହି ମାମଲା ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଥିଲା ଏବଂ ମାମଲା ବନ୍ଦ କରାଯାଇଥିଲା।
ସୂଚନା ଅନୁସାରେ, ଆୟେଶା ଶ୍ରଫ ତାଙ୍କ ଟାଇମ୍ରେ ଜଣେ ଅଭିନେତ୍ରୀ ଏବଂ ମଡେଲ ରହି ଆସିଛନ୍ତି । ଅଳ୍ପ ବୟସରେ ସେ ଜ୍ୟାକି ଶ୍ରଫଙ୍କୁ ଭଲ ପାଇବସିଥିଲେ ଏବଂ ପରେ ଉଭୟ ବିବାହ କରିଥିଲେ । ବିବାହ ପରେ ଆୟେଶା ବଡ଼ ପରଦାରୁ ଦୂରରେ ରହିଥିଲେ । ପରେ ଆୟେଶା ଫିଲ୍ମ ନିର୍ମାତା ଭାବରେ କାମ କରିଥିଲେ ଏବଂ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିସହ ଆୟେଶା ତାଙ୍କ ପରିବାର ସହ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ସୋସିଆଲ ମିଡିଆରେ ତାଙ୍କର କାର୍ଯ୍ୟ ବାବାଦରେ ଅପଡେଟ୍ ଦେବା ସହ ପାରିବାରିକ ଫଟୋ ସେୟାର କରିଥାଆନ୍ତି ।