ହାଇଦ୍ରାବାଦ: ଦୀପାବଳି ଅର୍ଥାତ ନଭେମ୍ବର ୧୨ରେ ରିଲିଜ ହେବ ବଲିଉଡ 'ଦବଙ୍ଗ' ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସ୍ପାଇ- ଆକ୍ସନ୍ ଫିଲ୍ମ 'ଟାଇଗର ୩' । ଗତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ଫ୍ଲପ ହେବା ପରେ ସଲମାନ ଖାନଙ୍କ 'ଟାଇଗର ୩' ନେଇ ବେଶ ଆଶାବାଦୀ ରହିଛନ୍ତି । ଏହାରି ମଧ୍ୟରେ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଜାରି ରହିଛି । ୫ ଦିନ ମଧ୍ୟରେ ଫିଲ୍ମ ୧୨ କୋଟି ଆୟ କରିସାରିଲାଣି । ଏହାକୁ ଦୃଷ୍ଟିରେ ରଖି 'ଟାଇଗର 3' ବିଷୟରେ କଳ୍ପନାଜଳ୍ପନା ହେଉଛି ଯେ ଏହା ଓପନିଂ ଦିନରେ ୧୦୦ କୋଟି ଟଙ୍କାର ବମ୍ପର ବ୍ୟବସାୟ କରିବ । ଏଥିସହ ଏହି ଫିଲ୍ମ ଗୋଟିଏ ସପ୍ତାହରେ 300 କୋଟିରୁ ଅଧିକ ଆୟ କରିବ ବୋଲି ଆଶା କରାଯାଉଛି ।
ପ୍ରଥମ ସପ୍ତାହ ସଂଗ୍ରହ: ଟ୍ରେଡ ଆନାଲିଷ୍ଟ ସୁମିତ କଡେଲ ତାଙ୍କର ଏକ ରିପୋର୍ଟରେ କହିଛନ୍ତି ଯେ ଫିଲ୍ମ ଟାଇଗର 3 ପ୍ରଥମ ସପ୍ତାହରେ ବମ୍ପର ସଂଗ୍ରହ କରିବାକୁ ଯାଉଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମ ପ୍ରଥମ ସପ୍ତାହରେ 330 କୋଟି ଟଙ୍କା ସଂଗ୍ରହ କରିବ । ସୂଚନାଯୋଗ୍ୟ ଯେ ଭାଇଜାନଙ୍କ ଏହି ଚଳଚ୍ଚିତ୍ର ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଛି । ତେବେ ଆଡଭାନ୍ସ ବୁକିଂର ପାଞ୍ଚ ଦିନ ମଧ୍ୟରେ 3 ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରି 12.43 କୋଟି ଟଙ୍କାର ବ୍ୟବସାୟ କରିଛି ।