ଓଡିଶା

odisha

ETV Bharat / entertainment

The Kerala Story: ବିବାଦ ମଧ୍ୟରେ ଫିଲ୍ମରେ ବଡ଼ ପରିବର୍ତ୍ତନ, ନିଖୋଜ ଯୁବତୀଙ୍କ ସଂଖ୍ୟା ବଦଳାଇଲେ ନିର୍ମାତା - The Kerala Story Makers Conveniently Change

ରିଲିଜ ହେବା ପୂର୍ବରୁ 'ଦ କେରଳ ଷ୍ଟୋରୀ' ଏକ ବିବାଦୀୟ ଚଳଚ୍ଚିତ୍ରରେ ପରିଣତ ହୋଇଛି । ଫିଲ୍ମ ବିବାଦକୁ ନେଇ ଫିଲ୍ମ ନିର୍ମାତା ୟୁଟ୍ୟୁବରେ ମଙ୍ଗଳବାର 'ଦ କେରଳ ଷ୍ଟୋରୀ'ର ନୂତନ ଟିଜର ରିଲିଜ କରିଥିଲେ । ଯେଉଁଥିରେ ସେ ନିଖୋଜ ଯୁବତୀ ମାନଙ୍କ ସଂଖ୍ୟାରେ ପରିବର୍ତ୍ତନ କରିଛନ୍ତି । ଅଧିକ ପଢନ୍ତୁ

ବିବାଦ ମଧ୍ୟରେ ଫିଲ୍ମରେ ବଡ଼ ପରିବର୍ତ୍ତନ, ନିଖୋଜ ଯୁବତୀଙ୍କ ସଂଖ୍ୟା ବଦଳାଇଲେ ନିର୍ମାତା
Etv Bharatବିବାଦ ମଧ୍ୟରେ ଫିଲ୍ମରେ ବଡ଼ ପରିବର୍ତ୍ତନ, ନିଖୋଜ ଯୁବତୀଙ୍କ ସଂଖ୍ୟା ବଦଳାଇଲେ ନିର୍ମାତା

By

Published : May 4, 2023, 9:27 AM IST

ହାଇଦ୍ରାବାଦ:ଆଗାମୀ ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ବିବାଦ ଲାଗି ରହିଥିବା ବେଳେ ମଙ୍ଗଳବାର ଦିନ ଫିଲ୍ମର ନିର୍ମାତା ୟୁଟ୍ୟୁବରେ ଏହାର ନୂତନ ଟିଜର ଟିଲିଜ କରିଥିଲେ । ତେବେ ଏଥିରେ ଫିଲ୍ମର ଉପକ୍ରମ ବଦଳାଇ ଦେଇଥିବା ଦେଖିବାକୁ ମିଳିଛି। ନିଖୋଜ ମହିଳା ମାନଙ୍କ ସଂଖ୍ୟାରେ ପରିବର୍ତ୍ତନ କରିଛନ୍ତି ଫିଲ୍ମ ନିର୍ମାତା। 32,000 ଯୁବତୀ ନିଖୋଜ ବଦଳରେ ତିନିଜଣ ଯୁବତୀ ଥିବା ଦର୍ଶାଇଛନ୍ତି।

ପୂର୍ବରୁ ଏଥିରେ କେରଳରୁ ପ୍ରାୟ 32ହଜାର ଯୁବତୀ ନିଖୋଜ ହୋଇଯାଇଥିବା ଦର୍ଶାଯାଇଥିଲା । ବର୍ତ୍ତମାନ ଏଥିରେ ତାହା ସଂଶୋଧନ କରି 3 ଜଣ ଯୁବତୀ କରାଯାଇଛି । 3ଜଣ ଯେଉଁମାନଙ୍କୁ ଚିନ୍ତାଧାରାକୁ ପରିର୍ତ୍ତନ କରି ଧର୍ମ ପରିବର୍ତ୍ତନ କରାଯାଇଥିଲା । ଏବଂ ସେମାନଙ୍କୁ ଭାରତ ତଥା ବିଦେଶରେ ଆତଙ୍କବାଦୀ ମିଶନରେ ପଠାଯାଇଥିଲା । ଅଦା ଶର୍ମାଙ୍କ ଅଭିନୀତ ଏହି ଫିଲ୍ମ ମେ’ 5ରେ ରିଲିଜ ହେବ ।

ସୂଚନା ଅନୁସାରେ, ଏହାର ଟ୍ରେଲରରେ କେରଳ ରାଜ୍ୟରୁ 32,000 ମହିଳା ଆଇଏସଆଇଏସରେ ଯୋଗଦେବା ଦାବି କରିଥିବା ନେଇ ଫିଲ୍ମ ବିବାଦକୁ ଆସିଥିଲା । ସେପଟେ ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) ଏହାକୁ 'ଏ' ସାର୍ଟିଫିକେଟ ଦେଇଛି । ଏହା ସହ ବିବାଦ ପରେ ଫିଲ୍ମର ପୂର୍ବଚନ ମୁଖ୍ୟମନ୍ତ୍ରୀ ବିଏସ ଅଚ୍ୟୁତାନନ୍ଦଙ୍କ ଏକ ସାକ୍ଷାତକାର ସହ 10ଟି ସିନକୁ ରିଲିଜ ପ୍ରିଣ୍ଟରୁ ହଟାଇ ଦିଆଯାଇଛି ।

ସୂଚନା ଥାଉ କି, ସିପିଏମ୍ ନେତୃତ୍ୱାଧୀନ LDF ଏବଂ ବିରୋଧୀ UDF ଏହାର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ। ଏପରିକି ସମାଲୋଚକମାନେ ଫିଲ୍ମ ରିଲିଜକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲେ, କିନ୍ତୁ ଶେଷରେ ସୁପ୍ରିମକୋର୍ଟ ଏହି ଫିଲ୍ମକୁ ମେ 5ରେ ରିଲିଜ କରିବାକୁ ଅନୁମତି ଦେଇଥିଲେ । ସେପଟେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ମୁସଲିମ୍ ୟୁଥ୍ ଲିଗ୍, 32,000 ବାଳିକା ଇସଲାମିକ୍ ଷ୍ଟେଟ୍ ସଦସ୍ୟଙ୍କ ଧର୍ମ ଗ୍ରହଣ କରିବାର ପ୍ରମାଣ ଦେଖାଇବା ବ୍ୟକ୍ତିଙ୍କୁ 1 କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ।

ସେହିପରି ଅଭିନେତା ତଥା ଆଇନଜୀବୀ ସି ଶୁକ୍କୁର ମଧ୍ୟ ଫେସବୁକରେ ଏକ ପୋଷ୍ଟ କରି କହିଥିଲେ ଯେ ଯିଏ କେରଳର 32 ଜଣ ଯୁବତୀଙ୍କ ମଧ୍ୟରୁ ଅତିକମରେ ଜଣଙ୍କ ନାମ କହିବେ ଯିଏ ଆଇଏସଆଇଏସରେ ଯୋଗଦେବାକୁ ବାଧ୍ୟ ହୋଇଥିଲେ । ତାଙ୍କୁ 11 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ସିପିଏମ୍ ରାଜ୍ୟ ସଚିବ ଏମ.ଭି ଗୋବିନ୍ଦ ଅଭିଯୋଗ କରିଛନ୍ତି ଯେ ଏହି ଫିଲ୍ମଟି ବିଜେପି ସରକାର ଏବଂ ଆରଏସଏସ ଦ୍ୱାରା ଲୋକଙ୍କ ମନରେ ଘୃଣା ଭରିବାର ଏକ ପ୍ରୟାସ । ସେପଟେ ହିନ୍ଦୁ ସେବା କେନ୍ଦ୍ରର ପ୍ରତିଷ୍ଠାତା ପ୍ରତୀଶ ବିଶ୍ୱନାଥ ଏନେଇ କହିଥିଲେ ଯେ କେରଳର କେହି ଏପରି ଆଇଏସଆଇଏସରେ ଯୋଗଦେବାକୁ ଯାଇ ନାହାଁନ୍ତି ।

ABOUT THE AUTHOR

...view details