ଓଡିଶା

odisha

By

Published : Sep 4, 2022, 3:35 PM IST

ETV Bharat / entertainment

ସୁପରଷ୍ଟାର ସିଙ୍ଗର ଟାଇଟଲ ହାତେଇଲେ ଫୈଜ

ସୁପରଷ୍ଟାର ସିଙ୍ଗର ସିଜନ 2 ଟାଇଟଲ ହାତେଇଛନ୍ତି 14 ବର୍ଷୀୟ ମହମମ୍ମଦ ଫୈଜ । ଅଧିକ ପଢନ୍ତୁ

ସୁପରଷ୍ଟାର ସିଙ୍ଗର ଟାଇଟଲ ହାତେଇଲେ ଫୈଜ
ସୁପରଷ୍ଟାର ସିଙ୍ଗର ଟାଇଟଲ ହାତେଇଲେ ଫୈଜ

ମୁମ୍ବାଇ:ସୁପରଷ୍ଟାର ସିଙ୍ଗଙ୍ଗ ସିଜନ 2କୁ ତାର ବିଜେତା ମିଳିଛି । ଟାଇଟଲ ହାତେଇଛନ୍ତି 14 ବର୍ଷୀୟ ମହମ୍ମଦ ଫୈଜ। ସୋରେ ମହମ୍ମଦ ଫୈଜ(Superstar Singer2 Winner Mohammad Faiz) ତାଙ୍କର ଉଚ୍ଚକୋଟୀର ସଂଙ୍ଗୀତ ପରିବେଶଣ କରି ବିଚାରପତିଙ୍କ ମନ ଜିଣିଥିଲେ । ଏବେ ସୋର ବିଜେତା ହୋଇଛନ୍ତି । ପୁରସ୍କାର ବାବଦକୁ ଟ୍ରଫି ସହ ତାଙ୍କୁ 15 ଲକ୍ଷ ଟଙ୍କା ମିଳିଛି ।

ଫୈଜ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମଣି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପ୍ରାଞ୍ଜଲ ବିଶ୍ବାସ ତୃତୀୟ, ଆର୍ୟନନ୍ଦା ଆର ବାବୁ ଚତୁର୍ଥ ଓ ସାୟଶା ଗୁପ୍ତା ଷଷ୍ଠ ସ୍ଥାନରେ ରହିଛନ୍ତି । ଫାଇନାଲରେ 6 ଜଣ ପ୍ରତିଯୋଗୀ ରହିଥିଲେ । ସୋ'ର ବିଜେତା ହୋଇଥିବା ମହମ୍ମଦ ଫୈଜ କହିଛନ୍ତି, "ସୋ ଜରିଆରେ ମୋତେ ଯେଉଁ ଭଲ ପାଇବା ମିଳିଛି ସେ ନେଇ ମୁଁ ବହୁତ ଖୁସି ।" ପୁରସ୍କାର ରାଶି ବାବଦକୁ ତାଙ୍କୁ 15 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ପୁରସ୍କାର ରାଶିକୁ ବାପାମାଆଙ୍କୁ ଦେବାକୁ କହିଛନ୍ତି ଫୈଜ । ବାପାମାଆଙ୍କ ପାଇଁ ସେ ଏହି ସ୍ଥାନରେ ପହଞ୍ଚିଥିବା କହିଛନ୍ତି । ଫୈଜଙ୍କ ସ୍ବରରେ ଏକ ଯାଦୁ ଥିଲା । ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଥିଲା ।
ଏହା ବି ପଢନ୍ତୁ...Goodbye poster release, ବିଗ୍‌ ବିଙ୍କ ସହ ନଜର ଆସିବେ ସାଉଥ୍‌ ସୁନ୍ଦରୀ ରଶ୍ମିକା

ସେ ଆହୁରି କହିଛନ୍ତି, "ବିଜେତା ଭାବେ ମୋ ନାମ ଘୋଷଣା ସମୟରେ ସମସ୍ତେ ଭାବ ବିହ୍ବଳ ହୋଇଥିଲେ । ସମସ୍ତଙ୍କ ଆଖିରେ ଲୁହ ଥିଲା ।" ସୁପରଷ୍ଟାର ସିଙ୍ଗଙ୍ଗ ଟାଇଟାଲ ଜିତିବା ପରେ ତାଙ୍କ ଫଲୋର୍ସ ବଢିଛନ୍ତି । ଆଗକୁ ସଙ୍ଗୀତ ଜଗତରେ ଅଧିକରୁ ଅଧିକ ପରିଶ୍ରମ କରି ଦେଶ ପାଇଁ ନାଁ କରିବେ ବୋଲି କହିଛନ୍ତି ମହମ୍ମଦ ଫୈଜ ।

ABOUT THE AUTHOR

...view details