ଓଡିଶା

odisha

ହୋମ ଟାଉନରେ ଛୁଟି କାଟିଲେ ସେହନାଜ, pindରୁ ସେୟାର କଲେ ମଜାଦାର ଭିଡ଼ିଓ

By

Published : Apr 9, 2022, 8:30 PM IST

ହୋମ ଟାଉନରେ ଛୁଟି କାଟି ଭିଡ଼ିଓ ସେୟାର କଲେ ସେହନାଜ । ଅଧିକ ପଢନ୍ତୁ

ହୋମ ଟାଉନରେ ଛୁଟି କାଟିଲେ ସେହନାଜ, pindରୁ ସେୟାର କଲେ ମଜାଦାର ଭିଡ଼ିଓ
ହୋମ ଟାଉନରେ ଛୁଟି କାଟିଲେ ସେହନାଜ, pindରୁ ସେୟାର କଲେ ମଜାଦାର ଭିଡ଼ିଓ

ଚଣ୍ଡିଗଡ଼:ଏଣ୍ଟରଟେନମେଣ୍ଟର ଫୁଲ ପ୍ୟାକେଜ ହେଉଛନ୍ତି ଚୁଲବୁଲି ସେହନାଜ ଗିଲ । ସେ ସର୍ବଦା ମଜାଳିଆ କଥା କହୁଥିବା ବେଳେ ତାଙ୍କର ଅନେକ ଭିଡ଼ିଓକୁ ଖୁବ ପସନ୍ଦ କରନ୍ତି ଫ୍ୟାନ୍ସ । ତେବେ ଏହାରି ମଧ୍ୟରେ ସେହନାଜଙ୍କ ଏକ ନିକଟତର ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜ ହୋମଟାଉନରେ ରହିଥିବା ଦେଖିବାକୁ ମିଳିଛି । ଏହାସହିତ ନିଜ ପିଣ୍ଡ୍‌ରେ ବୟସ୍କା ଓ ପଡୋଶୀଙ୍କ ସହିତ ଗୀତ ବୋଲୁଥିବା ନଜର ଆସିଛନ୍ତି ।

ଏହି ଭିଡ଼ିଓରେ ସେହନାଜ ପ୍ରମାଣ କରିଛନ୍ତି ଯେ ସେ ବାସ୍ତବରେ 'ପିଣ୍ଡ୍‌ର ଝିଅ' । ସେହନାଜ ସେୟାର କରିଥିବା ଭିଡ଼ିଓରେ ମହିଳାମାନେ ଗୋଲାକାର ହୋଇ ଠିଆ ହୋଇଥିବା ବେଳେ ଗୀତ ଗାଉଛନ୍ତି । ତେବେ ଏହି giddha ସେସନରେ କିଛି ଛୋଟ ଛୋଟ ପିଲା ମଧ୍ୟ ସାମିଲ ରହିଛନ୍ତି । ଏଥିରେ #family #shehnaazgill #boliyan ହ୍ୟାସଟାଗ ଦେଇଛନ୍ତି ସେହନାଜ । ଏହି ଭିଡ଼ିଓରେ ସେହନାଜ ସରୱାର କମିଜ ପିନ୍ଧିଥିବା ନଜର ଆସିଛନ୍ତି ।

ଏହି ଭିଡ଼ିଓକୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଏଥିରେ ନେଟିଜେନ୍ସ ଅନେକ କମେଣ୍ଟସ ଦେଇଥିବା ମଧ୍ୟ ନଜର ଆସିଛି । ଜଣେ ନେଟିଜେନ୍ସ ଲେଖିଛନ୍ତି ଯେ 'ତୁମକୁ ଦେଖି ଖୁସି ଲାଗୁଛି' । ଏଭଳି ଅନେକ କମେଣ୍ଟସ ଦେଇଛନ୍ତି ଫ୍ୟାନ୍ସ ।

@ANI

ABOUT THE AUTHOR

...view details