ମୁମ୍ବାଇ: ଫିଲ୍ମ 'ପଠାନ' ସହିତ ବକ୍ସ ଅଫିସରେ ଧମାକା କରିବା ପରେ ବଲିଉଡର 'ବାଦଶାହ' ଶାହାରୁଖ ଖାନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଯବାନ' ସହ ପୁଣି ପରଦାକୁ ନଜର ଆସିବେ। ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଶାହାରୁଖଙ୍କ ଫ୍ୟାନ୍ସ । ଏହାରି ମଧ୍ୟରେ ବର୍ତ୍ତମାନ ବାରମ୍ବାର ଫିଲ୍ମର ରିଲିଜ ତାରିଖ ବଦଳୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଫ୍ୟାନ୍ସ । ତେବେ ଫିଲ୍ମ ରିଲିଜକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଅଗଷ୍ଟ 25ରେ ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଳିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ଜୁନ୍ 2 ରେ ରିଲିଜ୍ ହେବ ବୋଲି କୁହାଯାଉଥିଲା। କିନ୍ତୁ ଫିଲ୍ମର ଭିଜୁଆଲ୍ ଇଫେକ୍ଟ ସମାପ୍ତ କରିବାକୁ ଫିଲ୍ମର ଟିମକୁ ଆଉ କିଛି ସମୟ ଦରକାର ଥିବାରୁ ଫିଲ୍ମ ରିଲିଜର ତାରିଖ ଖୁଞ୍ଚାଇ ଦିଆଯାଇଛି। ତେବେ ଖୁବ ଶୀଘ୍ର ଫିଲ୍ମ ରିଲିଜ ହେବାର ନୂଆ ତାରିଖ ଘୋଷଣା କରିବେ ନିର୍ମାତା। ସେପଟେ ଫିଲ୍ମର ଫିଲ୍ମର ଅନେକ ରିଲିଜ୍ ତାରିଖ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ନେଇ ଏହି ଫିଲ୍ମ କେବେ ପରଦାରେ ଆସିବ ସେନେଇ ପ୍ରଶଂସକମାନେ ଅସନ୍ତୋଶ ପ୍ରକାଶ କରିଛନ୍ତି। ତେବେ ଅଗଷ୍ଟ 25ରେ ଫିଲ୍ମ ରିଲିଜ କରିବ ବୋଲି କୁହାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ନିର୍ମାତାଙ୍କଠାରୁ ଏପର୍ଯ୍ୟନ୍ତ ଫିଲ୍ମ ରିଲିଜକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।