ଓଡିଶା

odisha

By

Published : Oct 16, 2022, 3:00 PM IST

Updated : Oct 16, 2022, 4:02 PM IST

ETV Bharat / entertainment

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟା କରିଥିବା ସୂଚନା । ଅଧିକ ପଢନ୍ତୁ

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା
ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା

ହାଇଦ୍ରବାଦ:ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତ୍ରୀ । ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି (Sasural Simar Ka actor Vaishali Takkar allegedly dies by suicide)। ଆଜି ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ଘରୋଇ ହିନ୍ଦୀ ଚ୍ୟାନେଲରେ ପ୍ରସାରିତ 'ଶଶୁରାଲ ସିମରକା'ରେ ଅଭିନୟ କରିଥିଲେ ବୈଶାଳୀ ଠକ୍କର । ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କଲା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଇନ୍ଦୋରରେ ବୈଶାଳୀ ରହୁଥିବାବେଳେ ଆଜି ସକାଳ ସମୟରେ ଘର ମଧ୍ୟରୁ ତାଙ୍କ ଝୁଲନ୍ତା ମୃତେଦହ ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ତେଜାଜୀ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ଘଟଣା ସ୍ଥଳରୁ ଜବତ ସୁଇସାଇଡ ନୋଟକୁ ନେଇ ତଦନ୍ତ କରୁଚି ପୋଲିସ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତରଫରୁ କିଛି ସୂଚନା ପ୍ରଦାନ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ସିନେ ଜଗତରୁ ଆସିଲା ଆଉ ଏକ ଦୁଃଖ ଖବର, ଆରପାରିରେ ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ

ଗତ ଏପ୍ରିଲ ମାସରେ ତାଙ୍କର ନିର୍ବଦ୍ଧ ହୋଇଥିବା ପ୍ରଶଂସକଙ୍କୁ ଜଣାଇଥିଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର । ଏନେଇ ଇନଷ୍ଟାଗ୍ରାମରେ ତାଙ୍କ ରୋକା ସମୟର ଏକ ଭିଡିଓ ମଧ୍ୟ ସେୟାର କରି ଭାବି ସ୍ବାମୀଙ୍କ ନାମ ମଧ୍ୟ ଲେଖିଥିଲେ । ଡ. ଅଭିନନ୍ଦନ ସିଂହଙ୍କ ସହ ତାଙ୍କର ନିର୍ବଦ୍ଧ ହୋଇଥିଲା । ଏହାର ଠିକ ଏକ ମାସ ପରେ ସେ ବର୍ତ୍ତମାନ ବିବାହ କରିବେ ନାହିଁ କେବଳ ନିର୍ବଦ୍ଧ ସରିଛି ବୋଲି ପ୍ରଶଂସକଙ୍କୁ ଜଣାଇଥିଲେ ।

ଘରୋଇ ହିନ୍ଦି ଚ୍ୟାନେଲରେ ପ୍ରସାରିତ 'ଶଶୁରାଲ ସିମରକା'ରେ ସେ ଭଉଣୀର ଚରିତ୍ରରେ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ, ସେହିପରି 'ଭିସ ୟା ଅମରିତ', 'ସିତାରା ଓ ମୋହିନି ୨'ରେ ସେ ଅଭିନୟ କରିଥିଲେ । 'ୟେ ରିସ୍ତା କ୍ୟା କେହଲତା ହେ'ରେ ବୈଶାଳୀ ୨୦୧୫ରରୁ ୨୦୧୬ ପର୍ଯ୍ୟନ୍ତ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ ୟେ ହେ ଆଶିକୀରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ରକ୍ଷାବନ୍ଧନରେ ଦେଖିବାକୁ ମିଳିଥିଲା ।

Last Updated : Oct 16, 2022, 4:02 PM IST

ABOUT THE AUTHOR

...view details