ଓଡିଶା

odisha

ETV Bharat / entertainment

Balle Balle Song OUT: KKBKKJର ଆଉ ଏକ ଗୀତ ରିଲିଜ, ପଞ୍ଜାବୀ ତଡକାରେ ଝୁମିଲେ ଭାଇଜାନ - ଓ ବଲେ ବଲେ

ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଆଉ ଏକ ଗୀତ ରିଲିଜ ହୋଇଥିଲା । ଗୀତରେ ପଞ୍ଜାବୀ ତଡକା ସହ ସଲମାନ ଦମଦାର ଷ୍ଟେପରେ ଝୁମିଛନ୍ତି । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଅଧିକ ପଢନ୍ତୁ

KKBKKJ ଫିଲ୍ମର ଆଉ ଏକ ଗୀତ 'ଓ ବଲେ ବଲେ' ରିଲିଜ
KKBKKJ ଫିଲ୍ମର ଆଉ ଏକ ଗୀତ 'ଓ ବଲେ ବଲେ' ରିଲିଜ

By

Published : Apr 18, 2023, 11:18 AM IST

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ' ଟ୍ରେଲର ରିଲିଜ ହେବାପରେ ବର୍ତ୍ତମାନ ଟ୍ରେଣ୍ଡିଂରେ ରହିଛି । ଫିଲ୍ମର ପ୍ରମୋସନ ପାଇଁ ସମସ୍ତ କାଷ୍ଟ ବ୍ୟସ୍ତ ଥିବା ବେଳେ ଫିଲ୍ମକୁ ନେଇ ଆଉ ଏକ ଆସିଛି । ପୂର୍ବରୁ ଫିଲ୍ମର 5ଟି ଗୀତ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଆଉ ଏକ ଗୀତ 'ଓ ବଲେ ବଲେ' ରିଲିଜ ହୋଇଛି । ଏହି ଗୀତରେ ସଲମାନ ଖାନ ପଞ୍ଜାବୀ ତଡକାରେ ଝୁମିଛନ୍ତି । ଯାହା ଫ୍ୟାନ୍ସକୁ ବେଶ ଆକର୍ଷିତ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗୀତର ସଂଳାପ ଖୋଦ୍‌ ସଲମାନ ଖାନ ଲେଖିଛନ୍ତି ।

ଫିଲ୍ମ କିସି କା ଭାଇ କିସି କି ଜାନର ପ୍ରତ୍ୟେକ ଅପଡେଟ୍ ଜାଣିବାକୁ ଫ୍ୟାନ୍ସମାନେ ବେଶ ଉତ୍ସାହିତ ରହୁଛନ୍ତି । ଫିଲ୍ମର ଟିଜର ସହ 5ଟି ଗୀତ ପୂର୍ବରୁ ରିଲିଜ ହୋଇସାରିଛି । 'ନେଇୟୋ ଲାଗଦା ଦିଲ୍' ଓ 'ବିଲି-ବିଲି', 'ଜୀ ରହେ ଥେ ହମ୍', 'ବଠୁକମ୍ମା' ଏବଂ 'ୟେଣ୍ଟମା' ପୂର୍ବରୁ ରିଲିଜ ହୋଇସାରିଛି । ଏହି ସମସ୍ତ ଗୀତ ହିଟ୍ ପରେ ନିର୍ମାତାମାନେ ବର୍ତ୍ତମାନ ଫିଲ୍ମର ଆଉ ଏକ ଗୀତ 'ଓ ବଲେ ବଲେ' ରିଲିଜ କରିଛନ୍ତି । ଗୀତଟି ଲୋକପ୍ରିୟ ଦଲେର ମେହେନ୍ଦୀଙ୍କ ଗୀତ 'ହୋ ଜାଏଗି ବଲେ ବଲେ' ଟ୍ରାକ ଫଲୋ କରିଥିବା ଦେଖିବାକୁ ମିଳିଛି । 'ଓ ବଲେ ବଲେ' ଗୀତକୁ ପଞ୍ଜାବୀ କଣ୍ଠଶିଳ୍ପୀ ସୁଖବୀର ସିଂ ଗାଇଛନ୍ତି । ସେ ଗୀତ ନେଇ ଖୁଲାସା କରି କହିଛନ୍ତି, 'ହୋ ଜାଏଗି ବଲେ ବଲେ' ଗୀତଟିକୁ ପୁନଃନିର୍ମାଣ କରିବାର ଯୋଜନା ନିଜେ ଭାଇଜାନ ସଲମାନ ଖାନଙ୍କର ଥିଲା । ସେ ନିଜେ ଏହି ଗୀତକୁ ଲେଖିଛନ୍ତି ।

ଏହି ଗୀତରେ ପଞ୍ଜାବୀ ତଡକା ସହ ମଜାଳିଆ ହୁକ୍ ଷ୍ଟେପ ଭରପୁର ରହିଛି । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ ଏହି ଗୀତରେ ସଲମାନଙ୍କ ବ୍ୟତୀତ ଜେସି ଗିଲ୍‌, ଶେହନାଜ ଗିଲ୍‌, ରାଘବ ଜୁୟାଲ୍‌, ପଲକ ତିୱାରୀ, ସିଦ୍ଧାର୍ଥ ନିଗମ ଏବଂ ଭୀନାଲି ଭଟ୍ନାଗର ଅଭିନୟ କରିଛନ୍ତି । ଏହି ଗୀତ ଦଲେର ମେହେନ୍ଦିଙ୍କ ହିଟ୍ ଗୀତ 'ହୋ ଜୟେଗି ବଲେ ବଲେ'ର ଓକଲାଇନ୍‌ ରହିଛି । କିନ୍ତୁ ଗୀତର ଅନ୍ତରା ଅଲଗା ରହିଛି । ଏହି ଗୀତ ଦର୍ଶକଙ୍କୁ ମଧ୍ୟ ନାଚିବାକୁ ବାଧ୍ୟ କରିବ ବୋଲି ଆଶା କରିଛନ୍ତି ଫିଲ୍ମ ମେକର୍ସ । ଗୀତ ରିଲିଜ ହେବାପରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଏକ ମିଲିୟନ ଭିୟୁ ମିଳିଥିଲା ।

ସୂଚନା ଥାଉ କି, ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ ଖାନ, ପୂଜା ହେଗଡେ, ଭେଙ୍କଟେଶ ଡଗଗୁବତୀ, ପୂଜା ହେଗଡେ, ଭୂମିକା ଚାୱଲା, ଅଭିମନ୍ୟୁ ସିଂ, ରାଘବ ଜୁୟାଲ, ଜେସି ଗିଲ, ସିଦ୍ଧାର୍ଥ ନିଗମ, ଶେହନାଜ ଗିଲ ଏବଂ ପଲକ ତିୱାରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସଲମାନ ଖାନଙ୍କ ଏହି ଆକ୍ସନ ଏବଂ ରୋମାଣ୍ଟିକ ଡ୍ରାମା ଆଧାରିତ ଫିଲ୍ମ ଏପ୍ରିଲ 21ରେ ରିଲିଜ ହେବ । ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା । 24ଘଣ୍ଟା ମଧ୍ୟରେ ଫିଲ୍ମର ଟ୍ରେଲରକୁ ୟୁଟ୍ୟୁବରେ 30 ମିଲିୟନରୁ ଅଧିକ ଭିୟୁ ମିଳିଥିଲା । ଅନ୍ୟ ସମସ୍ତ ଭିଡିଓ ପ୍ଲାଟଫର୍ମକୁ ମିଶାଇ ଫିଲ୍ମର ଟ୍ରେଲର ମୋଟ 50 ମିଲିୟନରୁ ଅଧିକ ଭିୟୁ ପାଇଥିଲା। ତେବେ ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details