ଓଡିଶା

odisha

By

Published : Apr 11, 2023, 12:26 PM IST

ETV Bharat / entertainment

KKBKKJ Trailer Launch: 'ମୁଭ୍‌ ଅନ୍‌' କରିବାକୁ ପରାମର୍ଶ ଦେଲେ ସଲମାନ, ଏଭଳି ଜବାବ ରଖିଲେ ଶେହନାଜ

'କିସି କା ଭାଇ କିସି କି ଜାନ'ର ଟ୍ରେଲର ଲଞ୍ଚରେ ବଲିଉଡର ସୁପରଷ୍ଟାର ସଲମାନ ଖାନ ଶେହନାଜ ଗିଲଙ୍କୁ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। ଅଭିନେତ୍ରୀ ଶେହନାଜଙ୍କ ପୁରୁଷ ବନ୍ଧୁ ତଥା ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ନେଇ ଏହି ପରାମର୍ଶ ଦେଇଥିବା କୁହାଯାଉଛି। ଅଧିକ ପଢନ୍ତୁ

ଶେହନାଜ ଗିଲଙ୍କୁ ଆଗକୁ ବଢିବାକୁ ପରାମର୍ଶ ଦେଲେ ସଲମାନ
ଶେହନାଜ ଗିଲଙ୍କୁ ଆଗକୁ ବଢିବାକୁ ପରାମର୍ଶ ଦେଲେ ସଲମାନ

ମୁମ୍ବାଇ: ସୋମବାର ମୁମ୍ବାଇରେ ସଲମାନ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଟ୍ରେଲର ଲଞ୍ଚ ହୋଇଥିଲା । ଏହି ଟ୍ରେଲର ଲଞ୍ଚ୍‌ କାର୍ଯ୍ୟକ୍ରମରେ ସଲମାନ ଖାନଙ୍କ ସମେତ ଫିଲ୍ମର ପୁରା କାଷ୍ଟ ସାମିଲ ହୋଇଥିଲେ । ଏହି ସମୟରେ ସଲମାନ ଖାନ ଶେହନାଜଙ୍କୁ ଦେଇଥିବା ପରାମର୍ଶ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହି ଟ୍ରେଲର ଲଞ୍ଚ ଇଭେଣ୍ଟ ସଲମାନ ଖାନଙ୍କ ସମେତ ଅଭିନେତ୍ରୀ ପୂଜା ହେଗଡେ, ଶେହନାଜ ଗିଲ, ରାଘବ ଜୁୟାଲ, ପଲକ ତିୱାରୀ ଏବଂ ଫିଲ୍ମର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ଶେହନାଜଙ୍କୁ ଫିଲ୍ମରେ କାମକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସଲମାନ ତାଙ୍କୁ ଜୀବନରେ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ଏହାର ଜବାବରେ ଶେହନାଜ ମଧ୍ୟ କହିଥିଲେ "ମୁଁ ଜୀବନରେ ଆଗକୁ ବଢିଛି" ବୋଲି ଜବାବ ଦେଇଥିଲେ । ଯାହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗୁଥିବା ବେଳେ ଫ୍ୟାନ୍ସ ଏହାକୁ ଲାଇକ ମଧ୍ୟ କରୁଛନ୍ତି ।

ଜଣେ ଫ୍ୟାନ୍ସ ଶେହନାଜ ଗିଲଙ୍କୁ ଫିଲ୍ମରେ କାମ କରିବାବେଳେ ନର୍ଭସ ଥିଲେ କି ବୋଲି ପଚାରିଥିଲେ? ଏନେଇ ଶେହନାଜ କିଛି ସେକେଣ୍ଡ ପାଇଁ ଚୁପ୍ ରହିଲେ। ଏହି ସମୟରେ ସଲମାନ କହିଥିଲେ, ଆଗକୁ ବଢିଯାଅ (move on କର ଯାଅ)। ଏହା ଉପରେ ଶେହନାଜ ଜବାବ ଦେଇ କହିଲେ, କରିସାରିଲି (କର ଗୟି)। ତେବେ ଉଭୟଙ୍କର ଏହି ଭିଡିଏ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି। ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କଙ୍କୁ ନେଇ ଏଭଳି ମନ୍ତବ୍ୟ ଦିଆଯାଇଥିବା କହିଛନ୍ତି ଫ୍ୟାନ୍ସ।

ଶେହନାଜ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, "ନା, ମୁଁ ନର୍ଭସ ହୁଏ ନାହିଁ । କିନ୍ତୁ ସଲମାନ ସାର୍‌ଙ୍କ ସାମ୍ନାରେ ନର୍ଭସ ହୋଇଯାଏ । କିନ୍ତୁ ବାସ୍ତବ ଜୀବନରେ ମୁଁ କଦାପି ନର୍ଭସ ହୁଏ ନାହିଁ । ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶେହନାଜ କହିଛନ୍ତି, 'ମୁଁ ନିଜକୁ ପରଦାରେ ଦେଖି ବହୁତ ଖୁସି ଅନୁଭବ କରୁଛି । ମୁଁ ମୋ ନିଜକୁ ଭଲପାଏ । କଥା ହେଉଛି ପ୍ରଥମେ ନିଜକୁ ଭଲ ପାଇବା ଦରକାର । ପରେ ଅନ୍ୟକୁ ଭଲ ପାଇବା । ଯେପରି ସଲମାନ ସାର୍ ଓ ଅନ୍ୟ ସମସ୍ତେ ।"

ଦୀର୍ଘ ସମୟ ପରେ ସଲମାନଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । ସଲମାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଦମଦାର ଟ୍ରେଲରକୁ ଦେଖିବା ପରେ ଫିଲ୍ମକୁ ଦେଖିବାକୁ ବେଶ ଉତ୍ସାହିତ ହୋଇଛନ୍ତି ଫ୍ୟାନ୍ସ । ଫରହାଦ୍ ସାମଜୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଆକ୍ସନ୍, ପାରିବାରିକ ଡ୍ରାମା ଏବଂ ରୋମାନ୍ସରେ ପରିପୂର୍ଣ୍ଣ ରହିଛି। ନିକଟରେ ନିର୍ମାତାମାନେ ଫିଲ୍ମର ନୂଆ ଗୀତ 'ୟେଣ୍ଟାମ୍ମା' ରିଲିଜ କରିଥିଲେ । ଯେଉଁଥିରେ 'ଆରଆରଆର' ତାରକା ରାମ ଚରଣଙ୍କ ଏଣ୍ଟ୍ରି ଗୀତକୁ ବେଶ ମନୋରଞ୍ଜନ କରିବା ସହ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । ଏହି ଫିଲ୍ମଟି ଏପ୍ରିଲ 21ରେ ଇଦ୍ ଅବସରରେ ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details