ଓଡିଶା

odisha

ETV Bharat / entertainment

ଝିଅର ନାମକରଣ କଲେ ଆଲିଆ, ନାଁ ଶୁଣି ଏପରି କହିଲେ ଦେଶୀ ଗର୍ଲ - ଲୋକପ୍ରିୟ ବଲିଉଡ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର

ଅଲିଆ ଭଟ୍ଟ ତାଙ୍କ ଝିଅର ନାମକୁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଝିଅ ନାମକୁ ସମସ୍ତଙ୍କୁ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

Ranbir-Alia name newborn daughter 'Raha'; Priyanka Chopra reacts
ଝିଅର ନାମକରଣ କଲେ ଆଲିଆ, ନାଁ ଶୁଣି ଏପରି କହିଲେ ପ୍ରିୟଙ୍କା

By

Published : Nov 25, 2022, 12:27 PM IST

ମୁମ୍ବାଇ:କିଛି ଦିନ ପୂର୍ବରୁ ଲୋକପ୍ରିୟ ବଲିଉଡ ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକ କନ୍ୟା ସନ୍ତାନ ଲାଭ କରିଛନ୍ତି । ବର୍ତ୍ତମାନ ସେ ତାଙ୍କ ଝିଅର ନାମ ରଖିଛନ୍ତି । ଗୁରୁବାର ଆଲିଆ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଝିଅଙ୍କ ନାମ ସେୟାର କରିଛନ୍ତି । ସେ ଏକ ଫଟୋ ସେୟାର କରି ଝିଅର ନାମକୁ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଝିଅର ନାମକରଣ କଲେ ଆଲିଆ, ନାଁ ଶୁଣି ଏପରି କହିଲେ ପ୍ରିୟଙ୍କା

ଆଲିଆ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ରଣବୀର ଏବଂ ତାଙ୍କ ଝିଅଙ୍କୁ ଧରିଛନ୍ତି । ଯାହା ସ୍ପଷ୍ଟ ଭାବେ ଦେଖାଯାଉନାହିଁ । ଏକ ଶିଶୁର ପୋଷାକରେ 'ରାହା' ଲେଖା ହୋଇଥିବା ଦେଖିବାକୁ ମିଳିଛି । ଅର୍ଥାତ ଆଲିଆଙ୍କ ଝିଅର ନାମ ହେଉଛି 'ରାହା' । ଝିଅର ନାମକୁ ବ୍ୟାଖ୍ୟା କରି ଆଲିଆ କ୍ୟାପସନରେ ଲେଖିଛନ୍ତି, "ରାହା ଯାହାର ଏକ ସୁନ୍ଦର ଅର୍ଥ ରହିଛି । ରାହା, ସବୁଠାରୁ ସୁନ୍ଦର ରାସ୍ତା । ସଂସ୍କୃତରେ ଏହାର ଅର୍ଥ ହେଉଛି ବଂଶ । ବଙ୍ଗଳାରେ ବିଶ୍ରାମ, ଆରାମ, ଶାନ୍ତି ଏବଂ ସ୍ବାଧୀନ ।" ଝିଅର ନାମ ଜେଜେ ମାଆ ତଥା ନିତୁ କପୁର ରଖିଥିବା ଆଲିଆ କହିଛନ୍ତି । ଆଲିଆଙ୍କ ପୋଷ୍ଟରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା । ସେ କହିଛନ୍ତି, "ଭଗବାନଙ୍କ ଆଶୀର୍ବାଦ ରାହା । "

ଏହା ମଧ୍ୟ ପଢ଼ନ୍ତୁ:କୁନି ପରୀ ସହ ଘରକୁ ଫେରିଲେ ଆଲିଆ ଭଟ୍ଟ, ଦେଖନ୍ତୁ ପ୍ରଥମ ଝଲକ

ସେହିପରି ରଣବୀର ସିଂ, ଦୀପିକା ପାଦୁକନ, କରୀନା କପୁର ଖାନ ମଧ୍ୟ ରାହାକୁ ଆଶୀର୍ବାଦ ଦେଇଛନ୍ତି। ସୂଚନା ଥାଉକି, ଗତ ନଭେମ୍ବର 6 ତାରିଖ ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଘରକୁ କୁନି ଅତିଥି ଆସିବା ପରେ ବଲିଉଡର ମୋଷ୍ଟ ଲଭିଂ କପଲ ଭାବେ ଜଣାଶୁଣା ରଣବୀର ଓ ଆଲିଆ ବାପା ମାଆ ହେବାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ABOUT THE AUTHOR

...view details