ମୁମ୍ବାଇ:ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଅତୁଳନୀୟ ଅଭିନୟକୁ ନେଇ ପରିଚିତ ଆର୍ ମାଧାବନ । ଭିନ୍ନ ଧରଣର ଫିଲ୍ମ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII)ର ସଭାପତି ସହ ପରିଚାଳନା ପରିଷଦର ଅଧ୍ଯକ୍ଷ ଭାବେ ମନୋନୀତ ହୋଇଛନ୍ତି ମାଧବନ ।
ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନିଜ ଏକ୍ସ ହ୍ୟାଣ୍ଡେଲରେ ଜାତୀୟ ପୁରସ୍କାର ପ୍ରାପ୍ତ ଆର ମାଧବନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି, ‘‘ଆର ମାଧବନଜିଙ୍କୁ ମୁଁ ହୃଦୟର ସହ ଶୁଭେଚ୍ଛା ଜଣାଉଛି । ମଁ ଆଶା କରୁଛି ଆପଣ ନିଜ ଅଭିଜ୍ଞତା ଓ ନୈତିକତା ଦ୍ବାରା ଏହି ଅନୁଷ୍ଠାନକୁ ପ୍ରଗତି ପଥରେ ଅଗ୍ରଗତି କରାଇବେ । ମୋର ଶୁଭେଚ୍ଛା ଓ ଶୁଭକାମନା ସର୍ବାଦା ଆପଣଙ୍କ ସହିତ ଅଛି ।’’ '
ଅନୁରାଗ ଠାକୁରଙ୍କ ଏହି ଘୋଷଣା ପରେ ମାଧବନ ନିଜ ଏକ୍ସ ହ୍ୟାଣ୍ତଲରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟକୁ ରିଟ୍ବିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମାଧବନ ଲେଖିଛନ୍ତି, ‘‘ ଏହି ସମ୍ମାନ ଓ ଶୁଭକାମନା ପାଇଁ ଆପଣଙ୍କୁ ହୃଦୟର ସହ ଧନ୍ୟବାଦ । ମୁଁ ନିଶ୍ଚିତ ଏହି ଦାୟିତ୍ବକୁ ଗୁୁରୁତ୍ବର ସହ ବହନ କରିବି । ସମସ୍ତଙ୍କ ଆଶା ପୂରଣ କରିବାକୁ ମୁଁ ଯଥାସମ୍ଭବ ଚେଷ୍ଟା କରିବି । ’’